ETV Bharat / state

ସ୍କୁଲରେ ନାହାନ୍ତି ଶିକ୍ଷକ; ଜିଲ୍ଲାପାଳଙ୍କ ଆଗରେ ଅଧିଆ ପଡିଲେ ପରିଚାଳନା କମିଟି ସଭାପତି

author img

By ETV Bharat Odisha Team

Published : Oct 10, 2023, 1:11 PM IST

ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଅଧିଆ ପଡିଲେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି । ଅଧିକ ପଢନ୍ତୁ

lack of teacher in school
lack of teacher in school
lack of teacher in school

ବୌଦ୍ଧ: ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ମୁତାବକ ଶିକ୍ଷକ । ଫଳରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଶେଷରେ ଏହି ସମସ୍ୟାର ସମାଧାନ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ କଲେ ସ୍କୁଲ ପରିଚାଳନା କମିଟିର ସଭାପତି । ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଅଧିଆ ପଡିଲେ ସ୍କୁଲ ସଭାପତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୁଡଭେଲିପଦର ପଞ୍ଚାୟତ ସଦର ମହକୁମାର ପ୍ରାଥମିକ ବିଦ୍ୟାଳୟରେ ୧୩୩ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ପୂର୍ବରୁ 6 ଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ । ମାତ୍ର ବର୍ତ୍ତମାନ ଏଠାରେ 3 ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଯାହାଫଳରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରି ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ହୋଇଛି । କିନ୍ତୁ କୌଣସି ସୁଫଳ ନମିଳିବାରୁ ଏହାକୁ ପ୍ରତିବାଦ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ।

ଏହା ମଧ୍ୟ ପଢନ୍ତୁ-ସରକାରୀ ସ୍କୁଲର ବିକଳ ଚିତ୍ର, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ

ସୋମବାର ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ କଣ୍ଟାମାଳ ବ୍ଲକରେ ଜନଶୁଣାଣୀ ପାଇଁ ପହଞ୍ଚି ଥିବାବେଳେ ଏହି ଅବସରରେ ଗୁଡଭେଲିପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ତଥା ସମସ୍ୟାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିକଟରେ ଅଧିଆ ପଡି ଶିକ୍ଷକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ । ଏପରି ଘଟଣା ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନସିକ ସ୍ଵାସ୍ଥ୍ୟ ସର୍ଭେ ଆରମ୍ଭ

ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତି ପାଇଁ ୫-ଟି ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ମାର୍ଟ କ୍ଲାସରୁମ୍‌ ସହିତ ସବୁଜ ରଙ୍ଗରେ ବିଦ୍ୟାଳୟଗୁଡିକ ଚକ୍‌ଚକ୍ କରାଯାଉଛି । କମ୍ପ୍ୟୁଟରଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ଆଦି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବା କଥା କୁହାଯାଇଛି । ଯାହାଫଳରେ ପିଲାମାନେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିବେ । କିନ୍ତୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ଏବେ ବଡ ସମସ୍ୟା ରୂପେ ଉଭା ହୋଇଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ଅଭିଭାବକ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.