ETV Bharat / state

ସାତଦିନ ହେଲା ଅଚଳ ଅଙ୍ଗନବାଡି କେନ୍ଦ୍ର, ପାଚିକା ମଧ୍ୟ ରାଜରାସ୍ତାରେ

author img

By

Published : Nov 29, 2022, 12:34 PM IST

ବୌଦ୍ଧ ଜିଲ୍ଲାରେ ସାତ ଦିନ ହେଲା ଅଚଳ ପଡିଛି ଅଙ୍ଗନବାଡି କେନ୍ଦ୍ର । ଏହାରି ଭିତରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକାମାନେ ମଧ୍ୟ ଦୈନିକ ମଜୁରୀ ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ସାତଦିନ ହେଲା ଅଚଳ ଅଙ୍ଗନବାଡି କେନ୍ଦ୍ର, ପାଚିକା ମଧ୍ୟ ରାଜରାସ୍ତାରେ
ସାତଦିନ ହେଲା ଅଚଳ ଅଙ୍ଗନବାଡି କେନ୍ଦ୍ର, ପାଚିକା ମଧ୍ୟ ରାଜରାସ୍ତାରେ

ବୌଦ୍ଧ: ମାସିକ ବେତନ ବୃଦ୍ଧି ଦାବିରେ ସାତ ଦିନ ହେଲା ବୌଦ୍ଧ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଅଚଳାବସ୍ଥା ଲାଗି ରହିଛି । ଏହାରି ଭିତରେ ସୋମବାର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକାମାନେ କାର୍ଯ୍ୟ ବନ୍ଦ କରି ଉପଯୁକ୍ତ ପ୍ରାପ୍ୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦୈନିକ ମଜୁରୀ ବୃଦ୍ଧି ଦାବି କରି ପାଚିକା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଶହଶହ ପାଚକ ପାଚିକା ସୋମବାର ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପ୍ରଶାସନ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ମାସିକ ମାତ୍ର ୧,୪୦୦ ଟଙ୍କା ପ୍ରଦାନ କରାଯାଉଛି । ଏଥିରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡୁଛି । ଏହାଛଡା ଚିକିତ୍ସା ଭତ୍ତା ମଧ୍ୟ ମିଳୁନାହିଁ । ସରକାର ସମସ୍ତଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ପାଚିକାଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ତେଣୁ ସେମାନଙ୍କ ଦୈନିକ ମଜୁରୀ ବୃଦ୍ଧି ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବ୍ରହ୍ମଗିରିରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ସେପଟେ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ସାତଦିନ ହେଲା ତାଲା ଝୁଲିଛି । ଅଙ୍ଗନବାଡି ଦିଦି ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହିତ ମାସିକ ବେତନ ବୃଦ୍ଧି ପାଇଁ ଦାବି କରି ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡିକର୍ମୀ ଗଣଧାରଣା ଦେଇଛନ୍ତି । ସେପଟେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଅଣ୍ଡା ଓ ଛତୁଆ ଭଳି ଖାଦ୍ୟ ଶିଶୁ ଓ ଗର୍ଭବତୀଙ୍କୁ ମିଳିପାରୁ ନାହିଁ । ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.