ବୌଦ୍ଧ: ଯୋଗ ତଥା ବ୍ୟାୟାମ ପ୍ରଶିକ୍ଷକ ସାଜିଲେ ସରପଞ୍ଚ । କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାକୁ ଏଭଳି ପଦକ୍ଷେପ ବୋଲି ସରପଞ୍ଚ ଲଳିତ ମୋହନ କହିଛନ୍ତି ।
କ୍ବାରେଣ୍ଟାଇନ ସେଣ୍ଟରରେ ଯୋଗ ଓ ବ୍ୟାୟାମ ପ୍ରଶିକ୍ଷଣ ଦେଉଛନ୍ତି ନିଜେ ସରପଞ୍ଚ । ଅନ୍ତେବାସୀଙ୍କୁ ମାସନିକ ଚାପମୁକ୍ତ ତଥା ଶାରୀରିକ ସୁସ୍ଥ ରଖିବା ନିମନ୍ତେ ସରପଞ୍ଚ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ବୌଦ୍ଧ ଜିଲ୍ଲାର ବାମଣ୍ଡା ପଞ୍ଚାୟତର ସ୍ନାତକ ମହାବିଦ୍ୟାଳୟରେ ଉଭୟ ସରସରା ଓ ବାମଣ୍ଡା ପଞ୍ଚାୟତର 95 ଜଣ ପ୍ରବାସୀ କ୍ବାରେଣ୍ଟାଇନରେ ଅଛନ୍ତି ।
ସେମାନଙ୍କୁ ପ୍ରତ୍ୟେକ ଦିନ ସକାଳୁ ଓ ସଂଧ୍ୟାରେ ସରପଞ୍ଚ ନିଜେ ଯୋଗ ବ୍ୟାୟାମ ପ୍ରଶିକ୍ଷଣ ଦେଉଛନ୍ତି । ଏଥି ସହିତ ଅନ୍ତେବାସୀଙ୍କୁ ଚାପମୁକ୍ତ ରଖିବାକୁ ସରପଞ୍ଚ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରୁଛନ୍ତି । ସରପଞ୍ଚଙ୍କ ଏଭଳି ପ୍ରଶଂସନୀୟ ଉଦ୍ୟମ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ