ETV Bharat / state

ପ୍ରଧାନମନ୍ତ୍ରୀ ସଡକରେ ଭାରିଯାନ ଚଳାଚଳକୁ ତୀବ୍ର ବିରୋଧ କରି ରାସ୍ତାରୋକ - ପ୍ରଧାନମନ୍ତ୍ରୀ ସଡକ

ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିବାରୁ ଏହାର ବିରୋଧ କରି ଅଞ୍ଚଳବାସୀ ଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ..

pradhanmantri-sadaka
pradhanmantri-sadaka
author img

By

Published : Mar 19, 2020, 10:57 AM IST

Updated : Mar 19, 2020, 11:24 AM IST

ବୌଦ୍ଧ: ସ୍ବାଧୀନତାର 72 ବର୍ଷ ପରେ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ।କିନ୍ତୁ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିବାରୁ ଏହାର ବିରୋଧ କରି ଅଞ୍ଚଳବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ପ୍ରଧାନମନ୍ତ୍ରୀ ସଡକରେ ଭାରିଯାନ ଚଳାଚଳକୁ ତୀବ୍ର ବିରୋଧ କରି ରାସ୍ତାରୋକ

ବୌଦ୍ଧ ସହରର ବାଏପାସ ନିର୍ମାଣ ପାଇଁ ପକାଯାଉଥିବା ମୋରମ ମହାନଦୀର ଅପର ପାର୍ଶ୍ଵରେ ଥିବା ଅନୁଗୁଳ ଜିଲ୍ଲା କିଆକଟା ଥାନା ଅଞ୍ଚଳରୁ ଅଣାଯାଉଛି । ତେବେ ଏହି ମୋରମ ଖାଦାନରୁ ଅଣାଯାଉଥିବା ମୋରମ ନିମନ୍ତେ ଭାରିଯାନ ବ୍ୟବହାର ଯୋଗୁଁ କିଆକଟା ଶଙ୍ଖାମାଳ ପ୍ରଧାନମନ୍ତ୍ରୀ ସଡକଟି ନଷ୍ଟ ହେଉଥିବା ଅଭିଯୋଗ କରି ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ ।

ଦୀର୍ଘ 48 ଘଣ୍ଟା ଧରି ଏହି ସଡକକୁ ଅବରୋଧ ପରେ ଆଠମଲ୍ଲିକ ତହସିଲଦାର ଓ କିଆକଟା ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ଉଠାଇ ନେଇଥିଲା । ଦୀର୍ଘ ବର୍ଷର ଦାବି ପରେ ଅଞ୍ଚଳକୁ ହୋଇଥିବା ଏହି ରାସ୍ତାର ସ୍ଥାୟୀତ୍ବ ନିମନ୍ତେ ଭାରିଯାନକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ତେବେ ଅଞ୍ଚଳବାସୀ ଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଏକ ଠିକାସଂସ୍ଥା ପ୍ରତି ତହସିଲଦାରଙ୍କ ଅହେତୁକ ଅନୁକମ୍ପା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

Last Updated : Mar 19, 2020, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.