ETV Bharat / state

Road Accident: ଦୁଇ ଦିନରେ ଲିଭିଲା 5 ଜୀବନ ଦୀପ

author img

By

Published : Feb 25, 2022, 6:57 AM IST

ବୌଦ୍ଧ ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ତିନୋଟି ସଡକ ଦୁର୍ଘଟଣା ହୋଇଛି । ଏହି ସଡକ ଦୁର୍ଘଟଣାରେ ପାଞ୍ଚଟି ଜୀବନ ଦୀପ ଲିଭି ଯାଇଛି । ଅଧିକ ପଢନ୍ତୁ

Road Accident: ଦୁଇ ଦିନରେ ପାଞ୍ଚ ଜଣଙ୍କର ମୃତ୍ୟୁ

ବୌଦ୍ଧ: ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ତିନୋଟି ସଡକ ଦୁର୍ଘଟଣା ହୋଇଛି । ଏହି ସଡକ ଦୁର୍ଘଟଣାରେ ପାଞ୍ଚଟି ଜୀବନ ଦୀପ ଲିଭି ଯାଇଛି । ବୁଧବାର ଦୁଇ ସାଙ୍ଗଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆଉ ଏକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ପ୍ରତ୍ୟେକ ଦିନ ଛୋଟ ବଡ ସଡକ ଦୁର୍ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି । କେବଳ ଗତ ଦୁଇ ଦିନ ମଧ୍ୟରେ ତିନୋଟି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଯାଇଛି ।

ଅନ୍ୟପଟେ ବୁଧବାର ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଧ୍ୟାରେ ମହାନଦୀ ସେତୁ ଉପରେ ଏକ କାର ଧକ୍କାରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗୁରୁବାର ପୁଣି ବାଉଁଶୁଣୀ ଥାନା ଅନ୍ତର୍ଗତ ମାନେଶ୍ବର ଛକ ନିକଟରେ ଜଣେ ମଦ୍ୟପ ଡ୍ରାଇଭର ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଡ୍ରାଇଭର ଏକ ଟ୍ରକ ଚଢାଇ ଦେବାରୁ ବାଇକରେ ଯାଉଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ମଦ୍ୟପ ଡ୍ରାଇଭରକୁ ମାଡ ମାରିଥିବା ବେଳେ ପୋଲିସ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା । ସ୍ଥାନୀୟ ଲୋକମାନେ ଉପଯୁକ୍ତ କ୍ଷତି ପୂରଣ ଦାବିରେ ଦୀର୍ଘ ସମୟ ଧରି 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.