ETV Bharat / state

ମହାନଦୀ ସେତୁ ଉପରେ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ନିଖୋଜ

author img

By

Published : Oct 2, 2021, 9:56 PM IST

ମହାନଦୀ ସେତୁ ଉପରେ ମର୍ମନ୍ତୁଦ କାର, ବାଇକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ମହିଳା ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ...

ମହାନଦୀ ସେତୁ ଉପରେ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ନିଖୋଜ
ମହାନଦୀ ସେତୁ ଉପରେ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ନିଖୋଜ

ବୌଦ୍ଧ: ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଆଜି (ଶନିବାର) ପୁଣିଥରେ ସଂଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୂଚନାନୁସାରେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ଉପରେ ଏକ କାର ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ତେବେ ବାଇକରେ ବସିଥିବା କମ୍ପଲା ଗ୍ରାମର ଅନ୍ୟ ଜଣେ ମହିଳା ବାଇକରୁ ଛିଟିକି ପଡି ମହାନଦୀ ଗର୍ଭକୁ ଖସିପଡିଥିବା ଆଶଙ୍କା କରାଯାଉଛି । ସେପଟେ ରାତିର ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଘଟଣାସ୍ଥଳରେ ପୋଲିସ, ଫାୟାର ଓ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ପରଖିଛନ୍ତି । ବର୍ତ୍ତମାନ ଓଡ୍ରାଫ ଟିମ ସାହାଯ୍ୟରେ ନଦୀ ମଧ୍ୟରେ ମହିଳାଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କାର୍ଯ୍ୟ ଜାରି ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.