ETV Bharat / state

ପାତାଳୀ ଶ୍ରୀକ୍ଷେତ୍ର ଗୁମ୍ଫାରେ କଟକଣାରେ ପୂଜା ପାଇଲେ ଦିଅଁ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ତଥା ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡାରେ ଏଥର ହୋଇନାହିଁ ରଥଯାତ୍ରା । କଟକଣାରେ ଚାଲିଛି ନୀତିକାନ୍ତି । ଅଧିକ ପଢ଼ନ୍ତୁ...

rituals of deities performed, patali srikhetra, covid restriction, ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା, ପାତାଳୀ ଶ୍ରୀକ୍ଷେତ୍ର, ବୌଦ୍ଧ
ପାତାଳୀଶ୍ରୀକ୍ଷେତ୍ର ଗୁମ୍ଫାରେ ଠାକୁରଙ୍କ କଟକଣା ଯୁକ୍ତ ପୂଜା
author img

By

Published : Jul 17, 2021, 7:41 AM IST

ବୌଦ୍ଧ: ପାତାଳୀ ଶ୍ରୀକ୍ଷେତ୍ର ନାଏକପଡାରେ କୋରୋନା କଟକଣା ଯୋଗୁଁ ଗୁଣ୍ଡିଚା ଯାତ୍ରାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଏହି ଆଧ୍ୟାତ୍ମିକ ପୀଠର ସ୍ବତନ୍ତ୍ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।

ପାତାଳୀଶ୍ରୀକ୍ଷେତ୍ର ଗୁମ୍ଫାରେ ଠାକୁରଙ୍କ କଟକଣା ଯୁକ୍ତ ପୂଜା

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ତଥା ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡାରେ ଏଥର ହୋଇନାହିଁ ରଥଯାତ୍ରା । ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ରରେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ କେବଳ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେଉଛି ।

ନାଏକପଡା ଅଞ୍ଚଳର ସୌନ୍ଦର୍ଯ୍ୟ ପୂର୍ଣ୍ଣ ଔଷଧୀୟ ଜଙ୍ଗଲ ଓ ମନୋରମ ପରିବେଶ ବର୍ଷ ତମାମ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଥାଏ । ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ନାଏକପଡା ଠାରେ ରଥଯାତ୍ରାକୁ ବାତିଲ କରାଯାଇଛି । ତେବେ ଠାକୁରଙ୍କ ନୀତିକାନ୍ତି ଜାରି ରହିଥିବା ବେଳେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଠାକୁରଙ୍କ ଦର୍ଶନ ପାଇଁ ନାଏକପଡା ଠାରେ ପହଞ୍ଚି ଏଠାକାର ଆଧ୍ୟାତ୍ମିକ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଫେରୁଛନ୍ତି ଶ୍ରଦ୍ଧାଳୁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.