ETV Bharat / state

ରାଜସ୍ବ ବିଭାଗରେ କର୍ମଚାରୀ ମରୁଡି

ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ୨୨ ଗୋଟି ରାଜସ୍ବ ସର୍କଲ ରହିଛି । ଜିଲ୍ଲାରେ ଆଉ ୧୪ଟି  ରାଜସ୍ବ ନୀରିକ୍ଷକ ମଣ୍ଡଳ ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଅନେକ ଦିନରୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି ।

author img

By

Published : Jun 9, 2019, 8:53 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ଖାଲି ପଡିଛି ରାଜସ୍ବ ବିଭାଗର ଅନେକ ପଦ । ଏହାଛଡା ଜିଲ୍ଲାରେ ଆଉ ୧୪ ଟି ରାଜସ୍ବ ନୀରିକ୍ଷକ ମଣ୍ଡଳ ଖୋଲାଯିବା ଅନେକ ଦିନରୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି ।

ଭିଡିଓ ସୌଜନ୍ୟ : ସମ୍ୱାଦଦାତା, ବୌଦ୍ଧ

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ୨୨ ଗୋଟି ରାଜସ୍ବ ସର୍କଲ ରହିଛି । ଜିଲ୍ଲାରେ ଆଉ ୧୪ ଟି ରାଜସ୍ବ ନୀରିକ୍ଷକ ମଣ୍ଡଳ ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି । କେବଳ ହରଭଙ୍ଗା ତହସିଲ ବ୍ୟତୀତ ବୌଦ୍ଧ କିମ୍ବା କଣ୍ଟାମାଳ ତହସିଲରେ ଆଧୁନିକ ରେକର୍ଡ ରୁମ ବର୍ତ୍ତମାନ ସୁଦ୍ଧା ଖୋଲା ଯାଇନଥିବା ଅଭିଯୋଗ ରହିଛି ।

ଏହାଛଡା ରାଜସ୍ବ ବିଭାଗର ବିଭିନ୍ନ ପଦବୀ ଖାଲି ପଡିଥିବାରୁ ଲୋକଙ୍କୁ ଠିକ ଭାବେ ସରକାରୀ ଯୋଜନା ପହଞ୍ଚାଇ ହେଉନଥିବା ଜଣାପଡିଛି । ରବିବାର ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ଏକ ଜରୁରୀ ବୈଠକରେ ଏଭଳି କିଛି ଉଦବେଗ୍‌ ପ୍ରକାଶ ପାଇଥିଲା ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ଅତିରିକ୍ତ ତହସିଲଦାର ତ୍ରିଦେବ ରଥ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ରାଜସ୍ବ ନିରୀକ୍ଷକ(ଆରଆଇ) ସହ ଆଲୋଚନା କରିଥିଲେ । ଇତ୍ୟାବସରରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ତିନି ଜଣ ଆରଆଇଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ବୈଠକରେ ଖୁବଶୀଘ୍ର ସସସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଏଡିଏମ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ଖାଲି ପଡିଛି ରାଜସ୍ବ ବିଭାଗର ଅନେକ ପଦ ।ଏହାଛଡା ଜିଲ୍ଲାରେ ଆଉ ୧୪ ଟି ରାଜସ୍ବ ମଣ୍ଡଳ ଖୋଲାଯିବା ଅନେକ ଦିନରୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ ।ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି ।

Body:ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ୨୨ ଗୋଟି ଆର ଆଇ ମଣ୍ଡଳ ଥିବା ବେଳେ ଆଉ ୧୪ ଟି ଆର ଆଇ ମଣ୍ଡଳ ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି ।କେବଳ ହରଭଙ୍ଗା ତହସିଲ ବ୍ୟତୀତ ବୌଦ୍ଧ କିମ୍ବା କଣ୍ଟାମାଳ ତହସିଲର ଆଧୁନିକ ରେକର୍ଡ ରୁମ ଆଜି ସୁଦ୍ଧା ଖୋଲାଯାଇନାହିଁ ।ଏହାଛଡା ରାଜସ୍ବ ବିଭାଗର ବିଭିନ୍ନ ପଦବୀ ଖାଲି ପଡିଥିବାରୁ ଲୋକଙ୍କୁ ଠିକ ଭାବେ ସରକାରୀ ଯୋଜନା ପହଞ୍ଚାଇ ହେଉନଥିବା ଜଣାପଡିଛି ।ରବିବାର ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ଏକ ଜରୁରୀ ବୈଠକରେ ଏଭଳି କିଛି ଉଦବେଗ ପ୍ରକାଶ ପାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ଅତିରିକ୍ତ ତହସିଲଦାର ତ୍ରିଦେବ ରଥ ପ୍ରମୁଖ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଆର ଆଇଙ୍କ ସହ ଆଲୋଚନା କରିଥିଲେ ।ଏହି ଅବସରରେ ଅବସର ଗ୍ରହଣ କରିଥିବା ତିନି ଜଣ ଆର ଆଇଙ୍କୁ ସମ୍ମାନୀତ କରାଯାଇଥିଲା । ଅତିଶୀଘ୍ର ଏସବୁ ସମସ୍ୟା ର ସମାଧାନ କରାଯିବ ବୋଲି ଏଡିଏମ ସୂଚନା ଦେଇଛନ୍ତି ।

Conclusion:ବାଇଟ-୧-ଉମାଶଙ୍କର ସାହୁ, ସଭାପତି, ଆର ଆଇ ସଂଘ
ବାଇଟ-୨-ରମାକାନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.