ETV Bharat / state

ସ୍ବତନ୍ତ୍ର ପରିଚୟ ପାଇଲା ବ୍ରିଟିଶ ଅମଳର କୋଠା, ଛୁଟିଛି ପର୍ଯ୍ୟଟକଙ୍କ ସୁଅ

author img

By

Published : May 22, 2022, 10:10 AM IST

ଜିଲ୍ଲା ପାଇଁ ସ୍ବତନ୍ତ୍ର ପରିଚୟ ପାଲଟିଛି ଜିଲ୍ଲା ସଂଗ୍ରହାଳୟ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ । ଜିଲ୍ଲାର ଏହି ସର୍ବପୁରାତନ କୋଠାର ପୁନରୁଦ୍ଧାର କରି ବର୍ତ୍ତମାନ ମ୍ୟୁଜିୟମରେ ପରିବର୍ତ୍ତନ କରାଯାଇଛି । ଅଧିକ ପଢ଼ନ୍ତୁ

district museum of boudh
ସ୍ବତନ୍ତ୍ର ପରିଚୟ ପାଇଲା ବ୍ରିଟିଶ ଅମଳର କୋଠା, ଛୁଟିଛି ପର୍ଯ୍ୟଟକଙ୍କ ସୁଅ

ବୌଦ୍ଧ: ଜିଲ୍ଲା ପାଇଁ ସ୍ବତନ୍ତ୍ର ପରିଚୟ ପାଲଟିଛି ଜିଲ୍ଲା ସଂଗ୍ରହାଳୟ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ । ଜିଲ୍ଲାର ଏହି ସର୍ବପୁରାତନ କୋଠାର ପୁନରୁଦ୍ଧାର କରି ବର୍ତ୍ତମାନ ମ୍ୟୁଜିୟମରେ ପରିବର୍ତ୍ତନ କରାଯାଇଛି । ଫଳରେ ଏହାକୁ ଦେଖିବାକୁ ଜିଲ୍ଲା ତଥା ରାଜ୍ୟରୁ ବିଭିନ୍ନ ଲୋକଙ୍କ ସୁଅ ଛୁଟୁଛି ।

ବୌଦ୍ଧ ଜିଲ୍ଲାର କଚେରୀ କୋଠା ଭାବରେ ପରିଚିତ ପୁରୁଣା କଲେକ୍ଟରିଏଟ ବ୍ରିଟିଶ ରାଜତ୍ଵରେ 1921 ମସିହାରେ ନିର୍ମାଣ ହୋଇଥିଲା । ଗତ 2021 ମସିହାରେ ଏହି ସର୍ବପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ କୋଠାର ମାନ୍ୟତା ସହିତ ଉକ୍ତ କୋଠାକୁ ମ୍ୟୁଜିୟମରେ ପରିବର୍ତ୍ତିତ କରାଯାଇଥିଲା । ସାରା ରାଜ୍ୟରେ ଏଭଳି ଏକ ଜିଲ୍ଲା ସଂଗ୍ରହାଳୟ ପ୍ରଥମଥର ପାଇଁ ପ୍ରତିଷ୍ଠା ହୋଇଥିବା ବେଳେ ଜିଲ୍ଲା ତଥା ରାଜ୍ୟରୁ ପ୍ରତ୍ୟେକ ଦିନ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

ମ୍ୟୁଜିୟମରେ ସ୍ଥାନ ପାଇଥିବା ପ୍ରାଚୀନ ଅସ୍ତ୍ରଶସ୍ତ୍ର, ହସ୍ତତନ୍ତ, ତମ୍ବା, ପିତଳ କାରିଗରୀ, ହସ୍ତଶିଳ୍ପ, ପ୍ରାଚୀନ ପତ୍ନତତ୍ତ୍ବ ଅବଶେଷ ଓ ଏକମାତ୍ର ଝିଙ୍କେରପାଲିରୁ ମିଳିଥିବା ଶିଳାଲେଖ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଜିଲ୍ଲା ପ୍ରଶାସନ ଏହି ଐତିହ୍ୟ ସମ୍ପନ୍ନ ସଂଗ୍ରହାଳୟର କାୟା ବୃଦ୍ଧି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.