ବୌଦ୍ଧ: ଜିଲ୍ଲାର 2ଟି ତହସିଲରେ ନାହିଁ ରେକର୍ଡ ରୁମ । ବୌଦ୍ଧ ଜିଲ୍ଲାରେ ରହିଛି ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ । ସେଥିମଧ୍ୟରୁ କେବଳ ହରଭଙ୍ଗା ତହସିଲକୁ ଛାଡିଦେଲେ ବୌଦ୍ଧ ଓ କଣ୍ଟାମାଳ ତହସିଲର ମଡର୍ଣ୍ଣ ରେକର୍ଡ ରୁମ ନାହିଁ । ଏଥିଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରେକର୍ଡ ରୁମ ଅଭାବରୁ ବୌଦ୍ଧ ଓ କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ବାରଣ୍ଡାରେ ଗଦା ଗଦା ହୋଇ ପଡିରହିଛି ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ । ହିତାଧିକାରୀ ରେକର୍ଡର ନକଲ ମାଗିଲେ ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୌଦ୍ଧ ବାସିନ୍ଦା ।
ସେପଟେ ରେକର୍ଡ ରୁମ ନିମନ୍ତେ କୋଠାକାର୍ଯ୍ୟ ଆରମ୍ଭ ହୋଇଛି ସତ, କିନ୍ତୁ କେବେ ସରିବ ତାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ । ଅନ୍ୟପଟେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ତହସିଲକୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ