ETV Bharat / state

2 ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ, ବୌଦ୍ଧରେ ମହାଆଡମ୍ବରରେ ହେବ ଘୋଷଯାତ୍ରା

author img

By

Published : May 18, 2022, 8:52 AM IST

ଆସୁଛି ଘୋଷଯାତ୍ରା । ଏ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଛି । ଏହାସହିତ ଅନେକ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

2 ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ
2 ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ

ବୌଦ୍ଧ: ଆସୁଛି ଘୋଷଯାତ୍ରା । ଏ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଛି । ଏହାସହିତ ଅନେକ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ଜିଲ୍ଲା ସଦର ମହକୁମାଠାରେ ଚଳିତ ବର୍ଷ ମହାଆଡମ୍ବରରେ ପାଳନ ହେବ ବୋଲି ସୂଚନା ମିଳିଛି । ଏ ନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

2 ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ

ଦୀର୍ଘ ଦୁଇ ବର୍ଷ ପରେ ଚଳଚଞ୍ଚଳ ହେବ ଉଭୟ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡଦାଣ୍ଡ । ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ଭକ୍ତମୟ ହେବ ଶ୍ରୀଜଗନ୍ନାଥ ମନ୍ଦିର । କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା । ମାତ୍ର ଚଳିତ ବର୍ଷ ଏହା ଭକ୍ତଙ୍କ ଗହଣରେ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ଜିଲ୍ଲାର ସର୍ବ ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ଜିଲ୍ଲା ସଦର ମହକୁମାଠାରେ ଚଳିତ ବର୍ଷ ମହାଆଡମ୍ବର ସହକାରେ ପାଳନ ହେବ ବୋଲି ସୂଚନା ମିଳିଛି । ଖାଲି ପଡିଥିବା ବଡଦାଣ୍ଡ ଓ ରଥଖଳା ପୁଣିଥରେ ଭକ୍ତଙ୍କ କୋଳାହଳରେ ପ୍ରକମ୍ପିତ ହେବ ବୋଲି ଆଶା କରାଯାଇଛି । ମଙ୍ଗଳବାର ଚଳିତ ବର୍ଷର ରଥଯାତ୍ରା ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜ, ବୁଦ୍ଧିଜୀବୀ, ଶ୍ରଦ୍ଧାଳୁ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷ ଭାବରେ ଚଳିତ ବର୍ଷ ରଥର ମରାମତି, ବଡଦାଣ୍ଡର ମରାମତି ସହିତ ମାଉସୀ ମା ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ଠାକୁରଙ୍କ ନୀତିକାନ୍ତି ଓ ଉପଯୁକ୍ତ ସମୟରେ ରଥଯାତ୍ରା ସମାପନ କରାଯିବା ଉପରେ ଆଲୋଚନା ହୋଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.