ETV Bharat / state

ରାମଲୀଳା ଯାତ୍ରାର ପଞ୍ଚମ ଦିନ: ପରିବେଷଣ ହେଲା ସୀତା ଚୋରି ନାଟକ

author img

By

Published : Apr 16, 2022, 2:05 PM IST

ବୌଦ୍ଧ ଜିଲ୍ଲାର ଗଣପର୍ବର ମାନ୍ୟତା ପାଇଥିବା ରାମଲୀଳା ଯାତ୍ରାର ପଞ୍ଚମ ଦିନରେ ସୀତା ଚୋରି ନାଟକ ପରିବେଷଣ ହୋଇଥିଲା । ଯାହାକୁ ମନଭରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଦର୍ଶକ । ଅଧିକ ପଢନ୍ତୁ

ରାମଲୀଳା ଯାତ୍ରାର ପଞ୍ଚମ ଦିନ :ସୀତା ଚୋରି ନାଟକ ହେଲା ପରିବେଷଣ

ବୌଦ୍ଧ: ସହରରେ ଆରମ୍ଭ ହୋଇଛି ମହାପ୍ରତାପୀ ଲଙ୍କା ପତି ରାବଣଙ୍କ ରାଜତ୍ଵ । ବୌଦ୍ଧ ଜିଲ୍ଲାର ଗଣପର୍ବର ମାନ୍ୟତା ପାଇଥିବା ରାମଲୀଳା ଯାତ୍ରାର ପଞ୍ଚମ ଦିନରେ ସୀତା ଚୋରି ନାଟକ ପରିବେଷଣ ହୋଇଥିଲା । ଯାହାକୁ ମନଭରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଦର୍ଶକ ।

ରାମଲୀଳାର ରାବଣ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ତାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଜିଲ୍ଲାର ବୌଦ୍ଧ ସହିତ ଘଣ୍ଟାପଡା, ବାଉଁଶୁଣୀ,ବହିରା, ପୀତାମ୍ବରପୁର, ଦେବଗଡ,ବାମଣ୍ଡା ଭଳି ପ୍ରାଚୀନ ରଘୁନାଥ ଜୀଉଙ୍କ ପୀଠରେ ଏ ରାମଲୀଳା ନାଟକ ହୋଇ ଆସୁଛି । ଏହି ରାମଲୀଳା ନାଟକ ମାଧ୍ୟମରେ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନୀ ସମାଜକୁ ନୂଆ ଦିଗଦର୍ଶନ ଦେଇଥାଏ । ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ ମଞ୍ଚ ନାଟକ ଆରମ୍ଭ ହୋଇଥିବାରୁ ବୌଦ୍ଧବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.