ETV Bharat / state

ଏଥର ଭାଇ ହାତରେ ଝଟକିବ ଖାଦ୍ୟଶସ୍ୟରୁ ପ୍ରସ୍ତୁତ ରାକ୍ଷୀ

author img

By

Published : Aug 15, 2021, 8:46 PM IST

ଚାଉଳ, ଧାନ, ଗହମ, ଡାଲି, ବିଭିନ୍ନ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ନିଆରା ରାକ୍ଷୀର ସମ୍ଭାର ଯୋଗାଇ ଦେବ ମହିଳାଙ୍କୁ ରୋଜଗାର । ରବିବାର ଏଭଳି ଏକ ନିଆରା ଷ୍ଟଲକୁ ବୌଦ୍ଧ ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ନିଆରା ରାକ୍ଷୀ ଦୋକାନ: ଚାଉଳ, ଡାଲି ଓ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ରାକ୍ଷୀ

ବୌଦ୍ଧ: ଆଉ ଏକ ସପ୍ତାହ ପରେ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ରାକ୍ଷୀ ଉତ୍ସବ । ଏଥିପାଇଁ ବଜାରରେ ଭଳିକି ଭଳି ରାକ୍ଷୀର ଷ୍ଟଲ ସବୁ ଖୋଲିଲାଣି । ତେବେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଖୋଲିଛି ଏକ ନିଆରା ରାକ୍ଷୀ ଷ୍ଟଲ ।

ଏଠାରେ ଧାନ, ଚାଉଳ, ଗହମ, ଡାଲି, ପାନମହୁରୀ, କାଜୁ ଭଳି ବିଭିନ୍ନ ଡାଲି ଜାତୀୟ ସାମଗ୍ରୀରୁ ପ୍ରସ୍ତୁତ ରାକ୍ଷୀକୁ ବିକ୍ରି ପାଇଁ ରଖାଯାଇଛି ।

ଆହୁରି ମଧ୍ୟ ବିଭିନ୍ନ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ରାକ୍ଷୀ । ବୌଦ୍ଧ ଜିଲ୍ଲା ତାଳସରଡା ପଞ୍ଚାୟତ ସଂଗ୍ରାମପୁର ଗ୍ରାମର କିଛି ମହିଳା ମିଶି ଏଭଳି ଅଭିନବ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।

ରବିବାର ସ୍ବାଧୀନତା ଦିବସ ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମ୍ୟୁଜିୟମ ପରିସରରେ ଏହି ନିଆରା ରାକ୍ଷୀ ସମ୍ଭାରକୁ ଉଦଘାଟନ କରିବା ସହ ଏହାଦ୍ବାରା ମହିଳା ମାନେ ଆତ୍ମ ସ୍ବାବଲମ୍ବୀ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.