ETV Bharat / state

ସମସ୍ୟାରେ ଜର୍ଜରିତ ବାଉଁଶୁଣୀ, ସେତୁ ନିର୍ମାଣ ଆଳରେ ଲୁଚି ଯାଉଛି ପ୍ରସଙ୍ଗ - ବୌଦ୍ଧକୁ ଅଣଦେଖା କରୁଛନ୍ତି ସରକାର

ସରକାର ବୌଦ୍ଧକୁ ଅଣଦେଖା କରୁଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଜିଲ୍ଲାବାସୀ । ମହାନଦୀ ଉପରେ ସେତୁ ନିର୍ମାଣର ସ୍ବପ୍ନ ଦେଖାଇ ଅନ୍ୟ ପ୍ରସଙ୍ଗକୁ ଚପାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ସମସ୍ୟା ଜର୍ଜରିତ ବାଉଁଶୁଣୀ ଅଞ୍ଚଳକୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ

author img

By

Published : Apr 16, 2023, 10:32 AM IST

ସମସ୍ୟା ଜର୍ଜରିତ ବାଉଁଶୁଣୀ ଅଞ୍ଚଳକୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ

ବୌଦ୍ଧ: ମହାନଦୀ କୂଳରେ ଅବସ୍ଥିତ ଏକ ପ୍ରାଚୀନ ତଥା ଐତିହାସିକ ସହର ବୌଦ୍ଧ । ସରକାର ବୌଦ୍ଧକୁ ଅଣଦେଖା କରୁଥିବା ନେଇ ବାରବାର ଅଭିଯୋଗ କରି ଆସୁଛନ୍ତି ଜିଲ୍ଲାବାସୀ । ମହାନଦୀ କୂଳରେ ଦ୍ବାଦଶ ଶତାବ୍ଦୀର ଭୁବନେଶ୍ୱର ମନ୍ଦିର ଠାରୁ ନେଇ ବାନ୍ଧକଳାର ଅନ୍ୟତମ ଏନ୍ତୁଡିଶାଳ ବାଉଁଶୁଣୀ ଏକ ବୈଚିତ୍ରମୟ ସ୍ଥାନ । ବର୍ତ୍ତମାନ ଏହି ବାଉଁଶୁଣୀ ଅଞ୍ଚଳର ବିକାଶ ହଠାତ ରହିଗଲା ଭଳି ମନେହେଉଛି । ସବୁକିଛି ଥାଇ ମଧ୍ୟ ବାଉଁଶୁଣୀ ଅଞ୍ଚଳକୁ ବାରମ୍ବାର ଉପେକ୍ଷିତ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ।

ବାଉଁଶୁଣୀ ଅଞ୍ଚଳରେ ପାନୀୟଜଳ, ଜଳସେଚନର ସମସ୍ୟା ପ୍ରାୟ ସମୟରେ ଦେଖା ଦେଇଛି । ଖରା ଦିନେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ବସଷ୍ଟାଣ୍ଡ, ବିଶ୍ରାମାଗାର, ଶୌଚାଳୟ, ଡ୍ରେନେଜ ଭଳି ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ । ବାଏପାସ ରାସ୍ତା ନଥିବାରୁ ବାଉଁଶୁଣୀ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ।

ଜିଲ୍ଲା ପରିଷଦ ସଭ୍ୟ କହିଛନ୍ତି, ‘‘ବାଉଁଶୁଣୀ ଉପରେ ଅଞ୍ଚଳର ଆଠଟି ପଞ୍ଚାୟତର ଅଧିବାସୀ ବ୍ୟବସାୟ, ସ୍ବାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ପୋଲିସ ପାଇଁ ନିର୍ଭରଶୀଳ । ଏହାକୁ ଏନଏସିର ମାନ୍ୟତା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । ବୌଦ୍ଧ ଜିଲ୍ଲାପାଳ ବାଉଁଶୁଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଷ୍ୟ ଭାବରେ ଗ୍ରହଣ ପରେ ଏଠାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଉନ୍ନତି ଆସିପାରିଛି । କିନ୍ତୁ ବିଶେଷଜ୍ଞ ଡାକ୍ତର ଅଭାବ ସଦାସର୍ବଦା ଲାଗିରହୁଛି । ବାଉଁଶୁଣୀ ଅଞ୍ଚଳରେ କପା ଓ ଟସରକୁ ନେଇ ଏକ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ଏଥିରେ ଉନ୍ନତି ଆସିନପାରି ତାହା ଋଗ୍ଣ ହୋଇ ପଡିଛି । ’’

ସେ ଆହୁରୀ ମଧ୍ୟ କହିଛନ୍ତି,‘‘ ମହାନଦୀର କୂଳରେ ଥିବାରୁ ବାଉଁଶୁଣୀ ଅଞ୍ଚଳର ଅନେକ ବସ୍ତି ନିକଟରେ ଘାଇ ସୃଷ୍ଟି ହୋଇ ବିପଦ ଆଶଙ୍କା ରହିଛି । ଏହାଛଡା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକ ବଙ୍ଗଳା ବାଘନଦୀ କୂଳରେ ରହିଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଧ୍ବସଂ ହୋଇପଡିଛି । ଏହାଛଡା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଉଁଶୁଣୀ ଠାରୁ ସୋନପୁର ଓ ସମ୍ବଲପୁରକୁ ସିଧାସଳଖ ସଂଯୋଗ ପାଇଁ ମହାନଦୀରେ ଏକ ସେତୁର ଆବଶ୍ୟକତା ରହିଆସିଛି । ଏନେଇ ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ବାଉଁଶୁଣୀର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.