ବୌଦ୍ଧ: ଉପାନ୍ତ ଅଞ୍ଚଳରେ ମିଳିଲା ରତ୍ନ ପଥର ଖଣିର ସନ୍ଧାନ । ଏନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଶଗଡା ପଞ୍ଚାୟତର ଶରଧାପାଲି ଗାଁ ପୋଖରୀର ଉନ୍ନତି ପାଇଁ ମନରେଗା ଯୋଜନାରେ ଖନନ କରାଯାଇଥିଲା ।

ତେବେ ଉକ୍ତ ପୋଖରୀରୁ କିଛି ରତ୍ନ ପଥର ସ୍ଥାନୀୟ ଶ୍ରମିକମାନେ ପାଇବା ପରେ ସେଠାରେ ଶହଶହ ଲୋକଙ୍କ ଭିଡ ଜମି ରତ୍ନ ପଥର ଖୋଜିବା ଆରମ୍ଭ କରିଦେଲେ ।


ଘଟଣା ପ୍ରଘଟ ହେବାପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଏସଡିପିଓ, ବୌଦ୍ଧ ତହସିଲଦାର ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ଏକ ରତ୍ନ ପଥର ଖଣି ଥିବା ସନ୍ଦେହରେ ଉକ୍ତ ସ୍ଥାନରେ ପ୍ରଶାସନ ୧୪୪ ଧାରା ଜାରି କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଉପାନ୍ତ ଅଞ୍ଚଳରେ ପ୍ରଥମଥର ପାଇଁ ଏଭଳି ଖଣିର ସନ୍ଧାନ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ