ETV Bharat / state

Panchayat Election: ନିର୍ବାଚନ ପୂର୍ବରୁ ଅଶାନ୍ତ ଶୁଣ୍ଢିପଦର, ହିଂସାକାଣ୍ଡରେ ୩ ଗୁରୁତର

ବୌଦ୍ଧ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ପ୍ରାକ୍ ନିର୍ବାଚନ ହିଂସା । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ତିନି ଜଣ ଗୁରୁତର । ଅଧିକ ପଢନ୍ତୁ

ନିର୍ବାଚନୀ ହିଂସା: ଶୁଣ୍ଢିପଦର ପଞ୍ଚାୟତରେ ହିଂସାକାଣ୍ଡ, ୩ ଗୁରୁତର

author img

By

Published : Feb 2, 2022, 12:18 PM IST

ବୌଦ୍ଧ: ପଞ୍ଚାୟତ ନିର୍ବାଚନକୁ ନେଇ କମ୍ପୁଛି ଗାଁ ଗଣ୍ଡା । କ୍ଷମତା ଲଢେଇ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଥିବା ଟକ୍କର ନିର୍ବାଚନୀ ହିଂସାକାଣ୍ଡର ରୂପ ନେଉଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୌଦ୍ଧର ବାରମ୍ବାର ଗୋଟିଏ ପଞ୍ଚାୟତରେ ଘଟୁଛି ହିଂସାକାଣ୍ଡ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ପ୍ରାକ୍ ନିର୍ବାଚନ ହିଂସା ଯଥେଷ୍ଟ ବୃଦ୍ଧି ପାଉଛି । ଆଜି(ବୁଧବାର) ଏଠାରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପରଗୋଷ୍ଠୀର ତିନି ଜଣ ଗୁରୁତର ହୋଇଥିବା ଅଭିଯୋଗ ଆସିଛି ।

ନିର୍ବାଚନୀ ହିଂସା: ଶୁଣ୍ଢିପଦର ପଞ୍ଚାୟତରେ ହିଂସାକାଣ୍ଡ, ୩ ଗୁରୁତର

ସ୍ବଚ୍ଛ ତଥା ଅବାଧ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ । ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଦିନ ଗୋଟିଏ ଗୋଷ୍ଠୀରେ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଗାଡି ଭଙ୍ଗାରୁଜା ସହ ପଞ୍ଚାୟତର ଆସବାବପତ୍ର ନଷ୍ଟ ହୋଇଯାଇଥିଲା । ଏପରିକି ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ପରେ ପରିସ୍ଥିତି ଟିକିଏ ଶାନ୍ତ ପଡିଥିବା ବେଳେ ଆଜି(ବୁଧବାର) ପୁଣିଥରେ ନିର୍ବାଚନ ହିଂସାକାଣ୍ଡ ଘଟିଛି । ଶୁଣ୍ଢିପଦର ପଞ୍ଚାୟତରେ ସେହି ସମାନ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଅଗସ୍ତି ଡାଙ୍ଗ ଓ ଅନ୍ୟ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।

ତେବେ ବାରମ୍ବାର ଶୁଣ୍ଢିପଦର ପଞ୍ଚାୟତରେ ନିର୍ବାଚନ ହିଂସାକାଣ୍ଡ ଲାଗି ରହୁଥିବାରୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.