ETV Bharat / state

ପୌରାଞ୍ଚଳରେ ପଲିଥିନ ନିଷେଧ ପାଇଁ ଅଣ୍ଟା ଭିଡିଲା ବୌଦ୍ଧ ପ୍ରଶାସନ - polythene ban by boudha administration

ପୌରାଞ୍ଚଳରେ ପଲିଥିନ ନିଷେଧ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ । ବିଭିନ୍ନ ସ୍ଥାନରେ ଚଢାଉ କରି ଆଦାୟ କଲା ଜରିମାନା । ଅଧିକ ପଢନ୍ତୁ....

polythene ban by boudha administration
ପୌରାଞ୍ଚଳରେ ପଲିଥିନ ନିଷେଧ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ
author img

By

Published : Mar 6, 2021, 5:19 PM IST

ବୌଦ୍ଧ: ପ୍ଲାଷ୍ଟିକ ମୁକ୍ତ ସହର ପାଇଁ ପୌର ପ୍ରଶାସନର ଉଦ୍ୟମ । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳକୁ ସଫାସୁତୁରା ତଥା ପ୍ଲାଷ୍ଟିକ ବ୍ୟବହାର ଉପରେ ଦୀର୍ଘ ଦିନ ହେଲା କଟକଣା ଜାରି କରାଯାଇଛି । କୋରୋନା ସମୟରେ ଏହି କଟକଣା ହୁଗୁଳା ହୋଇଯାଇଥିବା ବେଳେ ବର୍ତ୍ତମାନ ପୁଣିଥରେ ବୌଦ୍ଧ ସହରରେ ପ୍ଲାଷ୍ଟିକ ବର୍ଜନ କରିବାକୁ ସଚେତନତା କାର୍ଯ୍ୟକ୍ରମ ପୌର ପ୍ରଶାସନ ହାତକୁ ନେଇଛି । ସହରର ପୁରୁଣା ଶନିବାର ହାଟରେ ମଧ୍ୟ ଖୋଦ ପୌର ପରିଷଦର ଅଧିକାରୀ ପହଞ୍ଚି ସାଧାରଣ ଲୋକଙ୍କୁ ନିଷିଦ୍ଧ ପଲିଥିନ ସମ୍ପର୍କରେ ସଚେତନ କରିଛନ୍ତି ।

ପୌରାଞ୍ଚଳରେ ପଲିଥିନ ନିଷେଧ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ଏହାସହ ପଲିଥିନ ବ୍ୟବହାର କରୁଥିବା ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏନେଇ ଏକ ସ୍କ୍ବାର୍ଡର ଗଠନ ମଧ୍ୟ କରାଯାଇଛି ।ତେବେ କେତେକ ନିର୍ଦ୍ଦିଷ୍ଟ ହୋଲସେଲର ବାହାର ଜିଲ୍ଲାରୁ ପ୍ଲାଷ୍ଟିକ ପଲିଥିନ, ଗ୍ଲାସ ଭଳି ବିଭିନ୍ନ ନିଷିଦ୍ଧବର୍ଜ୍ୟ ସାମଗ୍ରୀ ଆଣି ଗୋଦାମରେ ମହଜୁଦ କରୁଛନ୍ତି । ଏହାସହ ବୌଦ୍ଧ ବଜାର ସହ ଜିଲ୍ଲାର ଅନ୍ୟାନ୍ୟ ବଜାରକୁ ମଧ୍ୟ ଚତୁରତାର ସହ ଯୋଗାଉଛନ୍ତି । ତେଣୁ ଏଭଳି ପଲିଥିନ ହୋଲସେଲରଙ୍କ ଉପରେ ଚଢ଼ାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଖୁଚୁରା ବ୍ୟବସାୟୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.