ETV Bharat / state

କୁଡିଆରେ ଦିବ୍ୟାଙ୍ଗଙ୍କ ପରିବାର, ପକ୍କା ଘର ପାଇଁ ସରକାରଙ୍କୁ ନିବେଦନ

author img

By

Published : Sep 18, 2022, 1:22 PM IST

ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ତିନି ସଦସ୍ୟ । ଭିନ୍ନକ୍ଷମ ଯୁବକ ପୁଅର ସମୟ ବିତୁଛି ମାଆ କୋଳରେ । ଭିନ୍ନକ୍ଷମ ପୁଅର ଭତ୍ତା ଟଙ୍କାରେ ପରିବାର ଚଳୁଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଛାତ ଘର ଖଣ୍ଡେ ନଥିବାରୁ ଏକ ଭଙ୍ଗା ଗୁହାଳ ଘରେ ରହୁଛନ୍ତି ପରିବାର । ଅଧିକ ପଢ଼ନ୍ତୁ

କୁଡିଆରେ ଦିବ୍ୟାଙ୍ଗଙ୍କ ପରିବାର, ପକ୍କା ଘର ପାଇଁ ସରକାରଙ୍କୁ ନିବେଦନ
କୁଡିଆରେ ଦିବ୍ୟାଙ୍ଗଙ୍କ ପରିବାର, ପକ୍କା ଘର ପାଇଁ ସରକାରଙ୍କୁ ନିବେଦନ

ବୌଦ୍ଧ: ଶନିବାର ଥିଲା ପଶ୍ଚିମ ଓଡିଶାର ଅନନ୍ୟ ପର୍ବ ପୁଅ ଜୀଉନ୍ତିଆ ଓଷା । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଦେବାଦେବୀ ପୀଠ । ହେଲେ ଏକ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ପୁଅର ଦୁଃଖ ମୁଣ୍ଡାଇଥିବା ଜଣେ ମାଆର କାହାଣୀ ସମସ୍ତଙ୍କୁ ଦୁଃଖିତ କରିଛି । ବୌଦ୍ଧ ଜିଲ୍ଲା ରାମଗଡ ପଞ୍ଚାୟତର ମହୀବାହାଲ ଗ୍ରାମର ମାନସିକ ଓ ଶାରିରୀକ ଭିନ୍ନକ୍ଷମ ଯୁବକ ବାବୁଲା (ଛଦ୍ମ ନାମ) ।

ବାବୁଲା ଯୁବକ ହୋଇସାରିଥିଲେ ମଧ୍ୟ ପିତାମାତାଙ୍କ କୋଳରେ ସଦାସର୍ବଦା ରହିଥାନ୍ତି । ବର୍ତ୍ତମାନ ପରିବାରଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ପରିବାରର ମୁଣ୍ଡ ଉପରେ ଛାତ ଖଣ୍ଡେ ନଥିବାରୁ ପରିବାର ଟି ଏକ ଭଙ୍ଗା ଦଦରା ଗୁହାଳ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏପରିକି ପାଇଖାନା ଗୃହ ନଥିବାରୁ ଭିନ୍ନକ୍ଷମ ପୁଅର ସ୍ନାନ ଶୌଚରେ ଅସୁବିଧା ହେଉଛି । ଏ ସମ୍ପର୍କରେ ଉଭୟ ସ୍ବାମୀ ସ୍ତ୍ରୀ ପଞ୍ଚାୟତ ଠାରୁ ନେଇ ବ୍ଲକର ସରକାରୀ ବାବୁଙ୍କ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇଦେବାକୁ ଭିନ୍ନକ୍ଷମ ଯୁବକଙ୍କ ମାଆ ଗୁହାରି କରିଛନ୍ତି ।

ଗୋଟେ ପଟେ ସରକାର ଡିଣ୍ଡିମ ପିଟୁଛନ୍ତି ଯେ କେହି ଖୋଲା ଆକାଶ ତଳେ ରହିବେ ନାହିଁ । ସମସ୍ତଙ୍କ ପାଇଁ ରହିବ ଘର । ଆଉ ପଲିଥିନ ଟାଣି ରହିବନି କୌଣସି ବି ଗରିବ ପରିବାର । ହେଲେ ଏଠି ତାହାର ଠିକ ଓଲଟା ଦେଖିବାକୁ ମିଳିଛି । ମୁଣ୍ଡ ଉପରେ ଛାଉଣୀଟିଏ ନଥିବା ଦୁଃଖ ଦୂର ହେଉନଥିବା ବେଳେ ଏପଟେ ପୁଅର ଏଭଳି ପରିସ୍ଥିତି ବାପା, ମାଆଙ୍କ ଉପରେ ଆକାଶ ଛିଣ୍ଡି ପଡ଼ିଛି । ପୁଅ ଜନ୍ମ ହେଲା ବେଳେ ଘର ହସଖୁସିରେ ପୁରି ଉଠିଥିଲା । ହେଲେ ଆଜି ସେଇ ପୁଅ ପାଇଁ ଝରୁଛି ଆଖିରୁ ଲୁହ ।

ଯେଉଁ ବୟସରେ ବାପା ମାଆଙ୍କର ଭରସା ପୁଅ ସାଜିବା କଥା ଆଜି ସେ ପୁଅ ବାପା, ମାଆଙ୍କର ଉପରେ ଏକ ପ୍ରକାର ବୋଝ ପାଲଟିଛି । ପୁଅର ଚିକିତ୍ସା ପାଇଁ ପାଖରେ ପଇସା ବି ନାହିଁ । ଆଉ କିଏ ବା ସାହାଯ୍ୟ କରିବ ତାଙ୍କୁ । ସେପଟେ ଘର ଖଣ୍ଡେ ନଥିବାରୁ ଗୁହାଳରେ ବିତୁଛି ଜୀବନ । ତେଣୁ ସରକାର ଏହି ଅସହାୟ ପରିବାର ପ୍ରତି ଦୟା କଲେ ହୁଅଏ ତ କିଛିଦିନ ବଞ୍ଚିଯାଆନ୍ତେ ବୋଲି ଗୁହାରି କରିଛନ୍ତି ଭିନ୍ନକ୍ଷମ ବାବୁଲାଙ୍କ ମାଆ ଲକ୍ଷ୍ମୀ ପ୍ରଧାନ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.