ETV Bharat / state

ମିଳୁନି ରନ୍ଧାଖାଦ୍ୟ, ଅନାଥାଶ୍ରମ ଯିବାକୁ ଗୁହାରୀ କଲେ ଦିବ୍ୟାଙ୍ଗ

author img

By

Published : Apr 22, 2020, 12:20 PM IST

ଖାଦ୍ୟାଭାବ ଯୋଗୁଁ କୌଣସି ଏକ ଅନାଥାଶ୍ରମରେ ରହିବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ବଢାଗାଁ ପଞ୍ଚାୟତର ଜଣେ ଦିବ୍ୟାଙ୍ଗ । ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି, କିନ୍ତୁ କେତେକ ସ୍ଥାନରେ ଉପଯୁକ୍ତ ହିତାଧିକାରୀଙ୍କୁ ଏହି ରନ୍ଧା ଖାଦ୍ୟ ମିଳିପାରୁ ନଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ...

ମିଳୁନି ରନ୍ଧାଖାଦ୍ୟ, ଅନାଥ ଆଶ୍ରମ ଯିବାକୁ ଗୁହାରୀ କଲେ ଦିବ୍ୟାଙ୍ଗ

ବୌଦ୍ଧ: ପଞ୍ଚାୟତର ଅସହାୟ ଲୋକଙ୍କ ପାଇଁ ଲକଡାଉନ ସମୟରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି ସରକାର । ହେଲେ କେତେକ ସ୍ଥାନରେ ଏସବୁ ବ୍ୟବସ୍ଥାରେ ତୃଟି ରହିଯାଉଥିବା ପରିଲକ୍ଷିତ ହେଉଛି । ତେବେ ଖାଦ୍ୟାଭାବ ଯୋଗୁଁ କୌଣସି ଏକ ଅନାଥାଶ୍ରମରେ ରହିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଜଣେ ଦିବ୍ୟାଙ୍ଗ ।

ଲକଡାଉନ ସମୟରେ କୌଣସି ଲୋକ ଯେଭଳି ଭୋକରେ ନରହିବେ ସେଥିପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି, କିନ୍ତୁ କେତେକ ସ୍ଥାନରେ ଉପଯୁକ୍ତ ହିତାଧିକାରୀଙ୍କୁ ଏହି ରନ୍ଧା ଖାଦ୍ୟ ମିଳିପାରୁ ନଥିବା ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଏଭଳି ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଖାଦ୍ୟାଭାବରୁ କୌଣସି ଏକ ଅନାଥାଶ୍ରମରେ ରହିବାକୁ ଶ୍ରେୟ ମଣି ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ।

ଅନ୍ୟପକ୍ଷେ ପଞ୍ଚାୟତର ସରପଞ୍ଚ ଦୀର୍ଘ ଦିନ ହେଲା ପଞ୍ଚାୟତକୁ ଆସୁନଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇ ସଂଖ୍ୟା ଅଧିକ ଦର୍ଶାଯାଉଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.