ETV Bharat / state

ଶୁଣୁନି ପ୍ରଶାସନ, ରାସ୍ତା ଯୋଗୁଁ ହନ୍ତସନ୍ତ ଗାଁ ଲୋକ

author img

By

Published : Sep 20, 2019, 11:59 AM IST

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଅଧିନସ୍ଥ ବାଲିପୁର ଗାଁରେ ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଯାତାୟାତକୁ ନେଇ ଦୁର୍ବିସହ ହୋଇପଡିଛି ଗାଁ ଲୋକଙ୍କ ଜୀବନ । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏଥିପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ପ୍ରଶାସନ ଶୁଣୁନି । ଏପଟେ ଗାଁକୁ ସଂଯୋଗ କରୁଥିବା ପୋଲର ଆପ୍ରୋଚ ରୋଡ ଲଗାଣ ବର୍ଷାରେ ଧୋଇ ଯିବାରୁ ସମସ୍ୟା ଆହୁରି ବଢି ଯାଇଛି । ଏ ଦୃଶ୍ୟ ହେଉଛି ବୌଦ୍ଧର ହରଭଙ୍ଗା ବ୍ଲକ ଅଧିନସ୍ଥ ରାଧାନଗର ପଞ୍ଚାୟତର ବାଲିପୁର ଗାଁର।

ଲଗାଣ ବର୍ଷାରେ ଜଗନ୍ନାଥ ସଡକ ପଟରୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଧୋଇ ହୋଇଯାଇଛି । ଫଳରେ ଗ୍ରାମବାସୀ ମିଶି କିଛି ମାଟି ପକାଇ ଯିବାଆସିବା ପାଇଁ ରାସ୍ତା ନିର୍ମାଣ କରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ତେବେ ସେଥିରେ ଆମ୍ବୁଲାନ୍ସ କିମ୍ବା ଭାରିଯାନ ଚଳାଚଳ କରିପାରୁ ନାହିଁ । ଏହି ରାସ୍ତା ଉପରେ ପାଞ୍ଚଟି ପଞ୍ଚାୟତର କୋଡିଏରୁ ଉର୍ଦ୍ଧ୍ବ ଗାଁଲୋକ ନିର୍ଭରଶୀଳ ଥିବାବେଳେ ଯାତାୟାତ ସମସ୍ୟା ଯୋଗୁଁ ଚିନ୍ତାରେ ଗ୍ରାମବାସୀ । ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଯାତାୟାତ କୁ ନେଇ ଦୁର୍ବିସହ ହୋଇପଡିଛି ଗାଁ ଲୋକଙ୍କ ଜୀବନ ।ଭଲ ରାସ୍ତା ଟିଏ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।ଏପଟେ ଗାଁ କୁ ସଂଯୋଗ କରୁଥିବା ପୋଲର ଆପ୍ରୋଚ ରୋଡ ଲଗାଣ ବର୍ଷା ରେ ଧୋଇ ଯିବାରୁ ସମସ୍ୟା ଆହୁରି ବଢି ଯାଇଛି ।
ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଅନ୍ତର୍ଗତ ବାଲିପୁର ଗାଁର ।ଜଗନ୍ନାଥ ସଡକ ପଟରୁ ଗାଁ କୁ ସଂଯୋଗ କରୁଥିବା ରାସ୍ତା ଗତ ଲଗାଣ ବର୍ଷା ରେ ଧୋଇ ନେଇଥିଲା ।ଫଳରେ ଗ୍ରାମବାସୀ ମିଶି ମାଟି କିଛି ପକାଇ ଯିବାପାଇଁ ରାସ୍ତା ନିର୍ମାଣ କରିଥିଲେ ।କିନ୍ତୁ ସେଥିରେ ଆମ୍ବୁଲାନ୍ସ କିମ୍ବା ଭାରିଯାନ ଚଳାଚଳ କରିପାରୁ ନାହିଁ ।ଏହି ରାସ୍ତା ଉପରେ ପାଞ୍ଚଟି ପଞ୍ଚାୟତ ର କୋଡିଏରୁ ଉର୍ଦ୍ଧ୍ବ ଗାଁ ଲୋକ ନିର୍ଭରଶୀଳ ଥିବା ବେଳେ ଯାତାୟାତ ସମସ୍ୟା ଯୋଗୁଁ ଚିନ୍ତାରେ ଗ୍ରାମବାସୀ ।ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Body:ଗାଁ କୁ ରାସ୍ତା ନିର୍ମାଣ ପାଇଁ ଗାଁ ଲୋକଙ୍କ ଦାବୀ

Conclusion:ବାଇଟ-୧-ଭାଷ୍କର ଦେହୁରୀ, ଗ୍ରାମବାସୀ
ବାଇଟ-୨-ଅନନ୍ତ ଦୀପ, ବାଲିପୁର ବାସୀ
ବାଇଟ-୩-ଉଦେ ଭୋକ୍ତା,ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.