ETV Bharat / state

ମଣ୍ଡି ପାଇଁ ମୁଣ୍ଡ ବିନ୍ଧା; ଶୀତକାକରରେ ଧାନ ଜଗିଛି ଚାଷୀ - ବୌଦ୍ଧ ଜିଲ୍ଲା

ବୌଦ୍ଧ ଜିଲ୍ଲାରେ ଧାନକ୍ରୟର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଧାନ ବେପାରୀଙ୍କ ଶହଶହ କ୍ବିଣ୍ଟାଲ ଧାନ ବିନା ପରୀକ୍ଷାରେ କିଣାଯାଉଥିବା ବେଳେ ଜଣେ କ୍ଷୁଦ୍ର ଚାଷୀକୁ କିଭଳି ଜାଣିଶୁଣି ହଇରାଣ କରାଯାଉଛି । ଅଧିକ ଖବର ପଢନ୍ତୁ...

ମଣ୍ଡି ପାଇଁ ମୁଣ୍ଡ ବିନ୍ଧା; ଶୀତକାକରରେ ଧାନ ଜଗିଛି ଚାଷୀ
ମଣ୍ଡି ପାଇଁ ମୁଣ୍ଡ ବିନ୍ଧା; ଶୀତକାକରରେ ଧାନ ଜଗିଛି ଚାଷୀ
author img

By

Published : Dec 29, 2019, 3:49 AM IST

ବୌଦ୍ଧ: ଜିଲ୍ଲାରେ ଧାନକ୍ରୟର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଧାନ ବେପାରୀଙ୍କ ଶହଶହ କ୍ବିଣ୍ଟାଲ ଧାନ ବିନା ପରୀକ୍ଷାରେ କିଣାଯାଉଥିବା ବେଳେ ଜଣେ କ୍ଷୁଦ୍ର ଚାଷୀକୁ କିଭଳି ଜାଣିଶୁଣି ହଇରାଣ କରାଯାଉଛି ତାର ନଗ୍ନ ଚିତ୍ର ପୁରୁଣାକଟକ ମଣ୍ଡିରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ପୁରୁଣାକଟକ ସମବାୟ ସମିତି ଅନ୍ତର୍ଗତ ଚାଉଁରପୁର ଗ୍ରାମର ସଦାନନ୍ଦ ପ୍ରଧାନ ନିଜର ବର୍ଷ ଯାକର ପରିଶ୍ରମ ଧାନକୁ ଟୋକନ ପାଇବା ପରେ ମଣ୍ଡିକୁ ଆଣିଥିଲେ ।

ଧିରେ ଧିରେ ଅନ୍ୟ ସମସ୍ତଙ୍କ ସହ ବେପାରୀ ମାନଙ୍କ ଧାନ ମଣ୍ଡିରୁ ନିଆଗଲା । କିନ୍ତୁ ସଦାନନ୍ଦ ଙ୍କ ଧାନ ପରେ ନିଆଯିବ ବୋଲି ସମିତିର ସଂପାଦକ କହିଥିଲେ । ପରେ ପ୍ରାୟ ତିନି ଦିନ ଧରି ଝିପିଝିପି ବର୍ଷା ଓ କୋହଲା ପାଗ ଲାଗି ରହିବାରୁ ଧାନରେ ଆଦ୍ରତା ମାନ ଠାରୁ ଅଳ୍ପ ଅଧିକ ରହିଲା । ଏଣୁ ଏବେ ମଣ୍ଡିରୁ ସଦାନନ୍ଦଙ୍କ ଧାନ ଆଉ ଉଠାନଯାଇ ଫେରାଇ ନେବାକୁ ରୋକଠୋକ ପେକ୍ସ ପକ୍ଷରୁ କୁହାଯାଇଛି ।

ମଣ୍ଡି ପାଇଁ ମୁଣ୍ଡ ବିନ୍ଧା; ଶୀତକାକରରେ ଧାନ ଜଗିଛି ଚାଷୀ

ଏବେ ଷାଠିଏ ହଜାର ଟଙ୍କା କରଜ କରି ଚାଷ କରିଥିବା ସଦାନନ୍ଦ ଅସହାୟ ଅବସ୍ଥାରେ କେବଳ ନିଜ ଧାନକୁ ଦିନରାତି ଶୀତକାକରରେ ଜଗି ରହିଛନ୍ତି । ଦୁଇ ଦିନ ହେଲା ଅଖିଆ ଅପିଆ ସଦାନନ୍ଦଙ୍କ ପାଖରେ ଉକ୍ତ ଧାନକୁ ଫେରାଇ ନେବାକୁ ମଧ୍ୟ ଅର୍ଥବଳ ନାହିଁ ।ଏଣୁ ପ୍ରଶାସନ ଯଦି ତାଙ୍କ ଗୁହାରୀ ନଶୁଣନ୍ତି ତେବେ ସେ ବାଧ୍ୟ ହୋଇ ଧାନରେ ନିଆ ଲଗାଇ ଆତ୍ମହତ୍ୟା କରିବେ ବୋଲି କାନ୍ଦି କାନ୍ଦି କହିଛନ୍ତି ।

ଏହାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ବିରୋଧ କରିବା ସହ ଜଣେ ଗରିବ ଚାଷୀ ଙ୍କ ପାଇଁ ଏତେ ନିର୍ଦ୍ଦୟ ମନୋଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଦୃଷ୍ଟି ଦେଇ ଗରିବ ଅସହାୟ ଚାଷୀକୁ ମାନବିକତା ଦୃଷ୍ଟିରୁ ସହାୟତା କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଧାନକ୍ରୟ ର ଏକ ଅଭାବନୀୟ ଦୃଶ୍ୟ ସମ୍ମୁଖକୁ ଆସିଲା ।ଦିନେ ଓଳିଏ ନୁହେଁ, ପାଞ୍ଚ ଦିନ ହେଲା ଅଖିଆ ଅପିଆ, ଶୀତକାକରରେ ନିଜ ଝାଳବୁହା ଧାନକୁ ଦିନରାତି ମଣ୍ଡିରେ ଜଗିଛି ଚାଷୀ ।
ବୌଦ୍ଧ ଜିଲ୍ଲାରେ ଧାନକ୍ରୟ ର ଏକ ଅଭାବନୀୟ ଦୃଶ୍ୟ ସମ୍ମୁଖକୁ ଆସିଲା ।ଧାନ ବେପାରୀଙ୍କ ଶହଶହ କ୍ବିଣ୍ଟାଲ ଧାନ ବିନା ପରୀକ୍ଷାରେ କିଣାଯାଉଥିବା ବେଳେ ଜଣେ କ୍ଷୁଦ୍ର ଚାଷୀ କୁ କିଭଳି ଜାଣିଶୁଣି ହଇରାଣ କରାଯାଉଛି ତାର ନଗ୍ନ ଚିତ୍ର ପୁରୁଣାକଟକ ମଣ୍ଡି ରେ ଦେଖିବାକୁ ମିଳିଛି ।ସୂଚନା ମୁତାବକ ପୁରୁଣାକଟକ ସମବାୟ ସମିତି ଅନ୍ତର୍ଗତ ଚାଉଁରପୁର ଗ୍ରାମର ସଦାନନ୍ଦ ପ୍ରଧାନ ନିଜର ବର୍ଷ ଯାକର ପରିଶ୍ରମ ଧାନକୁ ଟୋକନ ପାଇବା ପରେ ମଣ୍ଡି କୁ ଆଣିଥିଲେ ।ଧିରେ ଧିରେ ଅନ୍ୟ ସମସ୍ତଙ୍କ ସହ ବେପାରୀ ମାନଙ୍କ ଧାନ ମଣ୍ଡି ରୁ ନିଆଗଲା ।କିନ୍ତୁ ସଦାନନ୍ଦ ଙ୍କ ଧାନ ପରେ ନିଆଯିବ ବୋଲି ସମିତିର ସଂପାଦକ କହିଥିଲେ ।ପରେ ପ୍ରାୟ ତିନି ଦିନ ଧରି ଝିପଝିପ ବର୍ଷା ଓ କୋହଲା ପାଗ ଲାଗି ରହିବାରୁ ଧାନରେ ଆଦ୍ରତା ମାନ ଠାରୁ ଅଳ୍ପ ଅଧିକ ରହିଲା ।ଏଣୁ ଏବେ ମଣ୍ଡି ରୁ ସଦାନନ୍ଦ ଙ୍କ ଧାନ ଆଉ ଉଠାନଯାଇ ଫେରାଇ ନେବାକୁ ରୋକଠୋକ ପେକ୍ସ ପକ୍ଷରୁ କୁହାଯାଇଛି ।ଏବେ ଷାଠିଏ ହଜାର ଟଙ୍କା କରଜ କରି ଚାଷ କରିଥିବା ସଦାନନ୍ଦ ଅସହାୟ ଅବସ୍ଥାରେ କେବଳ ନିଜ ଧାନକୁ ଦିନରାତି ଶୀତକାକରରେ ଜଗି ରହିଛନ୍ତି ।ଦୁଇ ଦିନ ହେଲା ଅଖିଆ ଅପିଆ ସଦାନନ୍ଦ ଙ୍କ ପାଖରେ ଉକ୍ତ ଧାନକୁ ଫେରାଇ ନେବାକୁ ମଧ୍ୟ ଅର୍ଥ ବଳ ନାହିଁ ।ଏଣୁ ପ୍ରଶାସନ ଯଦି ତାଙ୍କ ଗୁହାରୀ ନଶୁଣନ୍ତି ତେବେ ସେ ବାଧ୍ୟ ହୋଇ ଧାନରେ ନିଆ ଲଗାଇ ଆତ୍ମହତ୍ୟା କରିବେ ବୋଲି କାନ୍ଦି କାନ୍ଦି କହିଛନ୍ତି ।ଏହାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ବିରୋଧ କରିବା ସହ ଜଣେ ଗରିବ ଚାଷୀ ଙ୍କ ପାଇଁ ଏତେ ନିର୍ଦୟ ମନୋଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।ଏଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଦୃଷ୍ଟି ଦେଇ ଗରିବ ଅସହାୟ ଚାଷୀକୁ ମାନବିକତା ଦୃଷ୍ଟିରୁ ସହାୟତା କରିବାକୁ ଦାବୀ ହୋଇଛି ।

Body:ଧାନ ମଣ୍ଡି ରେ ଅଭାବନୀୟ ଦୃଶ୍ୟ, ପାଞ୍ଚ ଦିନ ହେଲା ଶୀତକାକରରେ ଧାନ ଜଗିଛି ଅସହାୟ ଚାଷୀ ।

Conclusion:ବାଇଟ-୧-ସଦାନନ୍ଦ ପ୍ରଧାନ,ଅସହାୟ ଚାଷୀ
ବାଇଟ-୨-କୃଷ୍ଣ ଚନ୍ଦ୍ର ମିଶ୍ର, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.