ETV Bharat / state

ବୌଦ୍ଧ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ଅଚଳାବସ୍ଥା - ବର୍ଷାରେ ଭିଜୁଛି ଧାନ ବୌଦ୍ଧ

ବୌଦ୍ଧର ବିଭିନ୍ନ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ପଡିରହିଛି ହଜାର ହଜାର ଧାନ ବସ୍ତା । ଏମସପି ବୃଦ୍ଧି ହୋଇଥିବାରୁ ଶୀଘ୍ର ଧାନ ବିକ୍ରି ଆଶାରେ ଚାଷୀ । ଅଧିକ ପଢନ୍ତୁ...

ବୌଦ୍ଧ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ଅଚଳାବସ୍ଥା

author img

By

Published : Jun 10, 2021, 9:01 AM IST

ବୌଦ୍ଧ: ବିଭିନ୍ନ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ପଡିରହିଛି ହଜାର ହଜାର ଧାନ ବସ୍ତା । ଗୋଟିଏ ପଟେ ଟାର୍ଗେଟ ଅଭାବ ଥିବାବେଳେ ଅନ୍ୟ ପଟରେ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି ।

ବୌଦ୍ଧ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ଅଚଳାବସ୍ଥା
ଧାନ ମଣ୍ଡିରେ ପଡି ରହିଛି ଧାନ ବସ୍ତା । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ଲାଗି ରହିଛି ଅଚଳାବସ୍ଥା । ବୌଦ୍ଧ ଜିଲ୍ଲାରେ ଗତ 25 ତାରିଖରୁ ଆରମ୍ଭ ହୋଇଥିବା ରବିଧାନ କ୍ରୟର 10 ଦିନ ନ ବିତୁଣୁ ଦେଖାଦେଇଛି ଅବ୍ୟବସ୍ଥା । 23 ଟି ସମବାୟ ସମିତିର 24 ଟି ଧାନକ୍ରୟ କେନ୍ଦ୍ରରେ ରବିଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇ ଥିବାବେଳେ ବର୍ତ୍ତମାନ ଟାର୍ଗେଟ ଅଭାବରୁ ଏଭଳି ଅଚଳାବସ୍ଥା ଦେଖାଦେଇଛି ।

ସେପଟେ ବର୍ଷା କାରଣରୁ ବିଭିନ୍ନ ଧାନ ମଣ୍ଡିରେ ଥିବା ଧାନ ଭିଜିଯାଇଥିବା ଜଣାପଡିଛି । ଜିଲ୍ଲାର ବାଉଁଶୁଣୀ, ବଘିଆପଡା, ମୁଣ୍ଡିପଦର, ବୌଦ୍ଧ ସମେତ ବିଭିନ୍ନ ଧାନ ମଣ୍ଡିରେ ଟାର୍ଗେଟ ଅଭାବରୁ ଧାନ ବସ୍ତା ସବୁ ପାଣିରେ ପଡିରହିଛି । କେନ୍ଦ୍ର ସରକାର ଧାନର ଏମଏସପି ଦର 1868 ରୁ ବୃଦ୍ଧି କରି 1940 ଟଙ୍କା କରିଥିବାରୁ ଚାଷୀ ମହଲରେ ଆନନ୍ଦ ଖେଳିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.