ETV Bharat / state

ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡି

ଅବ୍ୟବସ୍ଥା ଘେରରେ ଧାନମଣ୍ଡି । ଟୋକନ ପାଇବାର ସପ୍ତାହକରୁ ଉର୍ଦ୍ଧ୍ବ ସମୟ ବିତିଲାଣି, ହେଲେ ଧାନମଣ୍ଡିରୁ ହୋଇପାରୁନି ଧାନକ୍ରୟ ।ତେବେ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 24, 2021, 12:39 PM IST

ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡି
ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡି

ବୌଦ୍ଧ: ଅବ୍ୟବସ୍ଥା ଘେରରେ ଧାନମଣ୍ଡି । ଟୋକନ ପାଇବାର ସପ୍ତାହକରୁ ଉର୍ଦ୍ଧ୍ବ ସମୟ ବିତିଲାଣି, ହେଲେ ଧାନମଣ୍ଡିରୁ ଧାନକ୍ରୟ ହୋଇପାରୁନି । ଫଳରେ ଶୀତ କାକରରେ ନିଜ ବର୍ଷକର ପରିଶ୍ରମକୁ ଜଗି ରହିଛନ୍ତି ଚାଷୀ। ବୌଦ୍ଧ ଜିଲ୍ଲାର ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଅନେକ ଧାନମଣ୍ଡି ବେପାରୀ ଓ ଦଲାଲଙ୍କ ଅଦୃଶ୍ୟ କବଜାରେ ରହିଥିବା ସୂଚନା ମିଳିଛି । ବିଗତ କିଛି ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ମିଳିତ ଚଢାଉରେ କେତେକ ନିର୍ଦ୍ଦିଷ୍ଟ ମଣ୍ଡିରୁ ଦଲାଲ ଓ ବେପାରୀଙ୍କ ଧାନ ଜବତ କରାଯାଇଛି ।

ସେପଟେ କେତେକ ଧାନମଣ୍ଡିରେ ଚାଷୀଙ୍କୁ ଟୋକନ ମିଳିବା ସତ୍ତ୍ବେ ଦିନ ଦିନ ଧରି ମଣ୍ଡିରୁ ଧାନ ଉଠିପାରୁନି । ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର, ଲକ୍ଷ୍ମୀ ପ୍ରସାଦ, ଶଗଡା, ଲମ୍ବସରୀ,କଣ୍ଟାମାଳ, ବାଣୀଭୂଷଣପୁର,ହରଭଙ୍ଗା ଭଳି କେତେକ ଧାନମଣ୍ଡିରେ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଜଣାପଡିଛି । ତେବେ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.