ETV Bharat / state

ନିରାଶ୍ରୟ ପଶୁକୁ ଆପଣାଇ ପ୍ରାଣୀ ସେବାର ବାର୍ତ୍ତା ଦେଇଥିଲେ, ପ୍ରିୟ ଓଟକୁ ହରାଇ ମ୍ରିୟମାଣ ମାଲିକ

author img

By ETV Bharat Odisha Team

Published : Nov 19, 2023, 6:50 AM IST

ମଣିଷ ଓ ପଶୁଙ୍କ ମଧ୍ୟରେ ସମ୍ପର୍କର ଭିନ୍ନ ଉଦାହରଣ ସୃଷ୍ଟି କରି ଚର୍ଚ୍ଚାରେ ରହିଥିବା ଓଟଟିର ମୃତ୍ୟୁ ହୋଇଥିଲା । ବହୁ ଦୁଃଖ କଷ୍ଟରେ ଏହାକୁ ଦୀର୍ଘ ଦିନ ଧରି ପାଳି ଆସିଥିବା ବୈରାଗୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଧିକ ପଢ଼ନ୍ତୁ

camel from rajasthan died in boudh
ପ୍ରିୟ ଓଟକୁ ହରାଇ ମ୍ରିୟମାଣ ମାଲିକ
ପ୍ରିୟ ଓଟକୁ ହରାଇ ମ୍ରିୟମାଣ ମାଲିକ

ବୌଦ୍ଧ: ମଣିଷ ଓ ପଶୁଙ୍କ ମଧ୍ୟରେ ସମ୍ପର୍କର ଭିନ୍ନ ଉଦାହରଣ ସୃଷ୍ଟି କରି ଚର୍ଚ୍ଚାରେ ରହିଥିବା ଓଟଟି ମୃତ୍ୟୁ ବରଣ କରିଛି । ତେବେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ବି ନିଜେ ନଖାଇ ନ ପିଇ ଅନ୍ୟଠାରୁ ମାଡ ଗାଳି ଖାଇ ଓଟର ଅତ୍ୟନ୍ତ ନିକଟ ବନ୍ଧୁ ସାଜିଥିଲେ ବୈରାଗୀ । ବର୍ତ୍ତମାନ ଓଟର ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି । ମଣିଷ ଓ ପଶୁଙ୍କ ମଧ୍ୟରେ ଅନାବିଳ ସ୍ନେହର ଅନେକ ଉଦାହରଣ ରହିଛି । ଏଭଳି ଏକ ଘଟଣା ଲକଡାଉନ ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମଣିଷ ଓ ଏକ ବେସାହାରା ଓଟ ମଧ୍ୟରେ ଗଢ଼ି ଉଠିଥିଲା ନିଆରା ସମ୍ପର୍କ । ତେବେ ବର୍ତ୍ତମାନ ଏହି ଓଟଟିର ମୃତ୍ୟୁ ହୋଇଥିବାବେଳେ ତାକୁ ଆପଣେଇ ନେଇଥିବା ବୈରାଗୀ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଓଟ ପଛରେ ଥିବା ରୋଚକ କାହାଣୀ ଯୋଗୁଁ ତା'ର ମୃତ୍ୟୁ ପରେ ସମସ୍ତଙ୍କୁ ବ୍ୟଥିତ କରିଛି । ମଣିଷ ଓ ପଶୁଙ୍କ ମଧ୍ୟରେ ଅନାବିଳ ସ୍ନେହ ପ୍ରେମର ଅନେକ କାହାଣୀ ରହିଛି । ସୂଚନା ଅନୁସାରେ, ୨୦୧୯ ମସିହାରେ ସାରା ବିଶ୍ବରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିଲା । ଏଣୁ ସରକାର ଲକଡାଉନ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଏହି ସମୟରେ ସୁଦୂର ରାଜସ୍ଥାନରୁ ଗୋଟିଏ ଓଟକୁ ନିଜ ସହିତ ନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜୀବିକା ନିର୍ବାହ କରୁଥିବା ଓଟ ମାଲିକ ଓଟକୁ ଛାଡ଼ି ଦେଇ ନିଜ ରାଜ୍ୟକୁ ଚାଲିଗଲା ।

ଆଉ ତା'ପରେ ଓଟଟି ନିଜ ମାଲିକକୁ ଖୋଜି ଖୋଜି ଅସୁସ୍ଥ ହୋଇପଡ଼ିଲା । ଏପରିକି ଖାଦ୍ୟ ଅଭାବରୁ ତା'ର ସ୍ବାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତର ହୋଇପଡିଥିଲା । ଏଭଳି ସମୟରେ ଦେବଦୂତ ସାଜିଥିଲେ ବୌଦ୍ଧ ଜିଲ୍ଲା ଗୋଦରାବେଣୀ ଗ୍ରାମର ଆଦିବାସୀ ପରିବାରର ବୈରାଗୀ ଭବସାଗର । ବୈରାଗୀ ଓଟକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରି ନିଜ ଉଦ୍ୟମରେ ଚିକିତ୍ସା କରି ଛାଡ଼ି ଦେଇଥିଲେ । କିନ୍ତୁ ଓଟଟି ବୈରାଗୀଙ୍କ ନିକଟକୁ ଖୋଜି ଖୋଜି ଗୋଦରାବେଣୀ ଗ୍ରାମକୁ ପୁଣି ଫେରିଆସିଥିଲା । କିନ୍ତୁ ନିଜ ପରିବାର ପୋଷଣ ପାଇଁ ଅସମର୍ଥ ବୈରାଗୀ ବାରମ୍ବାର ଓଟକୁ ଅନ୍ୟତ୍ର ଛାଡ଼ିଲେ ମଧ୍ୟ ଓଟଟି ବୈରାଗୀଙ୍କ ନିକଟକୁ ଫେରିଆସୁଥିଲା । ଶେଷରେ ଓଟକୁ ଆପଣାର କରିନେଇଥିଲେ ବୈରାଗୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବୈରାଗୀ ନିଜ ପରିବାର ପ୍ରତିପୋଷଣ ପାଇଁ ଅସମର୍ଥ ଥିବାବେଳେ ଓଟଟିର ଆହାର ପାଇଁ ଶେଷରେ ନିଜେ ଭିକ୍ଷା ବୃତ୍ତି କରିଥିଲେ ।

ଏହା ବି ପଢନ୍ତୁ...ମୋ ଟମିକୁ ମାରି ଦେଲେ ଡାକ୍ତର ବାବୁ, ଥାନାରେ ଅଭିଯୋଗ କଲେ ମାଲିକ

ଦ୍ବାର ଦ୍ବାର ବୁଲି ଓଟ ପାଇଁ ଭିକ୍ଷା ବୃତ୍ତି କରିବା ସହିତ ଓଟଟି ଅନ୍ୟର ବାଡ଼ିରୁ ଡାଳପତ୍ର ଖାଇବା ଦ୍ବାରା ବୈରାଗୀ ଅନ୍ୟଠାରୁ ମାଡ ଗାଳି ଖାଇ ମଧ୍ୟ ଖାଇଥିଲେ । ଏପରିକି ଏକାଧିକ ଥର ଓଟ ପାଇଁ ବୈରାଗୀଙ୍କୁ ଥାନାରେ ହାଜର ହେବାକୁ ପଡ଼ିଥିଲା । ବୈରାଗୀଙ୍କ ପରିବାରର ସଦସ୍ୟ ପାଲଟି ଯାଇଥିଲା ମରୁଭୂମି ରାଜ୍ୟର ଓଟ । ଗୋଟିଏ ମୁହୂର୍ତ୍ତ ପାଇଁ ବୈରାଗୀ କିମ୍ବା ଓଟ ପରସ୍ପରଠାରୁ ଅଲଗା ହୋଇ ରହି ପାରୁନଥିଲେ । ହେଲେ ବର୍ତ୍ତମାନ ଓଟଟିର ହଠାତ୍ ମୃତ୍ୟୁ ପରେ ବୈରାଗୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଲକ୍‌ଡାଉନ ସମୟରେ ଏକ ଅସହାୟ ଓଟକୁ ଆପଣାଇଥିବା ବୈରାଗୀଙ୍କ ପ୍ରାଣୀ ସେବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ଉଦାହରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.