ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ବାସହୀନ ବୈଦ୍ୟନାଥ - blind wife'

ସରକାର ଅନେକ ଯୋଜନାମାନ କରୁଛନ୍ତି । ମାତ୍ର ତାହା ସବୁ ବାଟମାରଣା ହେଉଛି । ଯାହାଫଳରେ ବୌଦ୍ଧ ଜିଲ୍ଲାର କୋଡାସାହି ଗ୍ରାମର ଗରିବ ବୈଦ୍ୟନାଥଙ୍କ ପାଖରେ ଆଜି ପର୍ଯ୍ୟନ୍ତ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Jul 3, 2019, 7:06 PM IST

ବୌଦ୍ଧ: ସରକାର ଗରିବି ହଟାଇବା ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି । ମାତ୍ର ର୍ଦୁଭାଗ୍ୟବଶତଃ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁନାହିଁ । ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର କୋଡାସାହି ଗ୍ରାମରେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର କୋଡାସାହି ଗ୍ରାମର ଗରିବ ବୈଦ୍ୟନାଥ । ଯିଏ ସରକାରୀ ଯୋଜନା ଠାରୁ ଢେର ଦୂରରେ । ତାଙ୍କ ଉପରେ ପୁଣି ନିଜ ଦିବ୍ୟାଙ୍ଗ ପତ୍ନୀ ଓ ବାପାମା’ ଛେଉଣ୍ଡ ନାତୁଣୀର ବୋଝ । ଏଭଳି ଏକ ଅସହାୟ ତଥା ଅକୁହା ଯନ୍ତ୍ରଣା ମଧ୍ୟରେ ଜୀବନଜିବୀକାର ସଂଘର୍ଷ ଜାରି ରଖିଛନ୍ତି ବୈଦ୍ୟନାଥ । ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର କୋଡାସାହି ଗାଁରେ ରୁହନ୍ତି ବୈଦ୍ୟନାଥ । ତାଙ୍କର ପୂର୍ବ ପୁରୁଷମାନେ ପ୍ରାୟ ଦେଢଶହ ବର୍ଷ ପୂର୍ବରୁ ଆନ୍ଧ୍ରରୁ ଆସି ବୌଦ୍ଧ ଗଡଜାତରେ ବସବାସ କରିଥିଲେ । ତେବେ ଏମାନେ ଏଠାରେ ମାଟି ଖୋଳା କାମ କରୁଥିବାରୁ ଏମାନେ ଏଠାରେ ଖୋଡା ବା କୋଡାଜାତି ଭାବେ ପରିଚିତ ।

ବୈଦ୍ୟନାଥ ବୟସର ଶେଷ ପାହାଚରେ ପହଞ୍ଚି ସାରିଥିବା ବେଳେ ଏପର୍ଯ୍ୟନ୍ତ ମୁଣ୍ଡ ଉପରେ ଭଲ ଛାଉଣୀଟିଏ ଯୋଗାଡ କରିପାରିଲେ ନାହିଁ । କରିବେ ବା କେମିତି । ନିତି ମୂଲ ଲାଗିଲେ ତିନି ଜଣଙ୍କ ପେଟକୁ ଆହାର ମିଳେ । ଏଭଳି ଅଭାବ ପରେ ମଧ୍ୟ ସରକାରୀ ଯୋଜନା ଠାରୁ ଢେର ଦୂରରେ ବୈଦ୍ୟନାଥ ।

ଆଜି ମଧ୍ୟ ବର୍ଷା ହେଲେ ଅଧାଭଙ୍ଗା ଦଦରା ଘରକୁ ଚିରା ଫଟା ଜରିରେ ଘୋଡାନ୍ତି ବୈଦ୍ୟନାଥ । ତେଣୁ ଭଲ ଘର ଖଣ୍ଡିକ ପାଇଁ ସେ କଲବଲ ହୋଇ ଅନେକ ସରକାରୀ ବାବୁଙ୍କୁ ନେହୁରା ହୋଇସାରିଛନ୍ତି । କିନ୍ତୁ ଫଳ ଶୂନ । ତେଣୁ ତୁରନ୍ତ ବୈଦ୍ୟନାଥଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:Body:

dfsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.