ETV Bharat / state

ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ପାଇଁ ଧାର୍ଯ୍ୟ ହେଲା ଲଗ୍ନ - ଭୈରବୀ

ନୂଆଖାଇ ପାଇଁ ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଧାର୍ଯ୍ୟ ହେଲା ଲଗ୍ନ । ଦେବୀ ଭୈରବୀ ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ଓ ପରିଚାଳନା କମିଟିର ବୈଠକରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ କରାଗଲା । ଅଧିକ ପଢନ୍ତୁ...

ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

author img

By

Published : Sep 3, 2021, 1:29 PM IST

ବୌଦ୍ଧ: ନୂଆଖାଇ ପାଇଁ ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଧାର୍ଯ୍ୟ ହେଲା ଲଗ୍ନ । ବୌଦ୍ଧ ରାଜତନ୍ତ୍ର ଶାସନ କାଳରୁ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଅନ୍ୟାନ୍ୟ ପୀଠରେ ନବାନ୍ନ ଲାଗି ହେବା ବିଧି ରହିଛି । ବୌଦ୍ଧ ରାଜବାଟୀ ନିକଟରେ ଥିବା ଦେବୀ ଭୈରବୀ ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ଓ ପରିଚାଳନା କମିଟିର ବୈଠକରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା ।

ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ଆସନ୍ତା ଭାଦ୍ରବ ପଞ୍ଚମୀ ଅର୍ଥାତ ଏଗାର ତାରିଖ ଦିବା 10ଘଣ୍ଟା 21 ମିନଟ ଠାରୁ ଦିବା 12 ଘଣ୍ଟା 49 ମିନିଟ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ନୂଆଖାଇ ପାଇଁ ପୁରପଲ୍ଲୀରେ ପିଠାପଣା ଓ ନାଚଗୀତର ଆସର ମଧ୍ୟ ଜମିଥାଏ । କିନ୍ତୁ ଚଳିତ ବର୍ଷ ଏହି ନୂଆଖାଇର ଉତ୍ସାହ ଏତେଟା ପରିଲକ୍ଷିତ ହେଉନାହିଁ ।

ବିଶେଷ ଭାବରେ ସ୍ବଳ୍ପ ବୃଷ୍ଟିପାତ ଓ ଜଳସେଚନ ଅଭାବରୁ ଚାଷ କାର୍ଯ୍ୟ ଆଦୌ ଆଗେଇ ପାରି ନଥିବା ବେଳେ ଚାଷୀମାନେ ମରୁଡିର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଛି ।ଏଣୁ କେବଳ ପରମ୍ପରାକୁ ବଜାୟ ରଖି ନୂଆଖାଇ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.