ETV Bharat / state

ବୃଦ୍ଧି ପାଉଛି ଅଣସଂକ୍ରମଣ ରୋଗ, ଚିନ୍ତାରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ

ଦିନକୁ ଦିନ ଜିଲ୍ଲାର ରୋଗୀଙ୍କ ଠାରେ ଦେଖାଯାଉଛି ଅସ୍ବାଭାବିକ ଲକ୍ଷଣ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିବା ସହ ନିରାକରଣ ନେଇ ସ୍ବତନ୍ତ୍ର ଭାବରେ ଆୟୁଷ ଓ ଏମବିବିଏସ ଡାକ୍ତରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଅଧିକ ପଢନ୍ତୁ...

ବୃଦ୍ଧି ପାଉଛି ଅଣସଂକ୍ରମଣ ରୋଗ, ଚିନ୍ତାରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ
ବୃଦ୍ଧି ପାଉଛି ଅଣସଂକ୍ରମଣ ରୋଗ, ଚିନ୍ତାରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ
author img

By

Published : Sep 28, 2021, 8:57 PM IST

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏକ ନୂତନ ରୋଗର ଲକ୍ଷଣ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି । ତେବେ ଜିଲ୍ଲାରେ କୋରୋନା ସଂକ୍ରମଣ ଗତ କିଛି ଦିନ ହେବ ଆଦୌ ଚିହ୍ନଟ ହୋଇନଥିବାବେଳେ ବର୍ତ୍ତମାନ ଅଣ ସଂକ୍ରମିତ ରୋଗ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ରୋଗ ବିଶେଷ ଭାବରେ ମାନସିକ ସ୍ତରରେ ପ୍ରଭାବ ପକାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ।

ବୃଦ୍ଧି ପାଉଛି ଅଣସଂକ୍ରମଣ ରୋଗ, ଚିନ୍ତାରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ

ତେଣୁ ଏସବୁ ରୋଗର ଚିହ୍ନଟ ତଥା ନିରାକରଣ ପାଇଁ ସ୍ବତନ୍ତ୍ର ଭାବରେ ଆୟୁଷ ଓ ଏମବିବିଏସ ଡାକ୍ତରଙ୍କୁ ତାଲିମ ଦିଆଯାଉଛି । ସେପଟେ ଜିଲ୍ଲାରେ ଡାକ୍ତର ଅଭାବ ସାଙ୍ଗକୁ ଡାକ୍ତରଖାନାରେ ସ୍ଥାନର ଅଭାବ ଥିବା ଘଟଣାକୁ ସିଡିଏମ ଓ ସ୍ବୀକାର କରିଛନ୍ତି । ତେବେ ଜିଲ୍ଲାରେ ବଢୁଥିବା ଅଣ ସଂକ୍ରମିତ ରୋଗକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତତ୍ପର ରହିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.