ETV Bharat / state

ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ ଦୁଇ ପ୍ରସିଦ୍ଧ ବୌଦ୍ଧବିହାର, ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି - ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲାର ପରିକଳ୍ପନା

ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ ଦୁଇ ପ୍ରସିଦ୍ଧ ବୌଦ୍ଧବିହାର । ରାତି ହେଲେ ଅନ୍ଧାର ରାଜୁତି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ
ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ
author img

By

Published : May 1, 2023, 12:49 PM IST

ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ

ବୌଦ୍ଧ: ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲାର ପରିକଳ୍ପନା । ହେଲେ ବିଡମ୍ବନାର ବିଷୟ ଯାହା ପାଇଁ ପରିଚୟ ପାଇଥିଲା ତାହା ଆଜି ପରିତ୍ୟକ୍ତ ଅବସ୍ଥାରେ । ଜିଲ୍ଲାର ଏଭଳି ଦୁଇଟି ବୌଦ୍ଧ ଧର୍ମର ପ୍ରାଚୀନ ପୀଠ ଅବହେଳିତ ହୋଇ ପଡିରହିଥିବାରୁ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ସଂଧ୍ୟା ହେଲେ ଉକ୍ତ ଦୁଇ ଐତିହାସିକ ପୀଠ ଅନ୍ଧକାରରେ ବୁଡି ରହିବା ସହିତ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏସବୁ ପୀଠର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ବୁଦ୍ଧ ଓ ବୌଦ୍ଧ ଧର୍ମକୁ ନେଇ ବୌଦ୍ଧ ଅଞ୍ଚଳର ପରିକଳ୍ପନା । ଭଗବାନ ବୁଦ୍ଧଙ୍କ ଜୟନ୍ତୀ ଉତ୍ସବ ଆଉ ଦିନ କେଇଟା ପରେ ପାଳନ ହେବାକୁ ଥିବା ବେଳେ ଭଗବାନ ବୁଦ୍ଧଙ୍କ ବାଣୀରେ ଶାଣିତ ବୌଦ୍ଧ ଜିଲ୍ଲାରେ ବୌଦ୍ଧ ବିହାର ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଅବହେଳାର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ମହକୁମାର ରାଜବାଟୀ ନିକଟିଓ ରାମେଶ୍ୱର ମନ୍ଦିର ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରହିଛି । ଏହାଛଡା ଜିଲ୍ଲାର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଝାର ବଉଦିଆ ବୁଦ୍ଧ ଓ ରାମଗଡ ପଞ୍ଚାୟତ ଅନ୍ତର୍ଗତ ପରଗଳପୁରର ବୁଦ୍ଧ ମନ୍ଦିର ଅନ୍ୟତମ ।

ବୌଦ୍ଧ ଜିଲ୍ଲାର ଉକ୍ତ ଦୁଇଟି ପ୍ରାଚୀନ ବୌଦ୍ଧ ଧର୍ମର ଐତିହାସିକ ପୀଠ ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ହୋଇ ପଡିଛି । ଉକ୍ତ ଦୁଇ ପୀଠ ସଂଧ୍ୟା ହେଲେ ଅନ୍ଧକାର ମଧ୍ୟରେ ବୁଡି ରହୁଥିବା ବେଳେ ଏହାର ପରିସର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଶ୍ୟାମସୁନ୍ଦରପୁରର ଝାର ବଉଦିଆ ପୀଠର ଉନ୍ନତି ପାଇଁ ଗତ 2021-22 ଆର୍ଥିକ ବର୍ଷରେ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିବା ସୂଚନା ଫଳକରେ ଉଲ୍ଲେଖ ଥିବା ବେଳେ ସେଠାରେ କୌଣସି ପାର୍କ ଆଦୌ ନିର୍ମାଣ କରାଯାଇନାହିଁ । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେହିପରି ନିକଟରେ ଥିବା ରାମଗଡ ପଞ୍ଚାୟତ ଅନ୍ତର୍ଗତ ପରଗଳପୁରର ବୁଦ୍ଧ ମନ୍ଦିର ଅନ୍ୟତମ । ଏହାକୁ ପ୍ରାୟ ପଚାଶ ବର୍ଷ ପୂର୍ବରୁ ଗ୍ରାମବାସୀମାନେ ନିର୍ମାଣ କରିଥିଲେ । ଉଭୟ ବୌଦ୍ଧ ଧର୍ମର ପୀଠ ଅଶୋକଙ୍କ କଳିଙ୍ଗ ଆକ୍ରମଣର ପରବର୍ତ୍ତୀ ସମୟରେ ନିର୍ମାଣ କରାଯାଇ ଏହା ବୌଦ୍ଧ ଧର୍ମର ଅନ୍ୟତମ ବୌଦ୍ଧ ବିହାର ଭାବରେ ପରିଚୟ ଲାଭ କରିଥିଲା । ପରଗଳପୁରର ଏହି ପ୍ରାଚୀନ ପୀଠ ମଧ୍ୟ ଅନ୍ଧକାର ମଧ୍ୟରେ ରହିବା ସହିତ କେବଳ ଏକ ଭଙ୍ଗା ସୂଚନା ଫଳକରେ ସିମୀତ ରହିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଠିକାଦାରଙ୍କୁ ସନ୍ତୁଷ୍ଟ ପାଇଁ ମନମୁଣ୍ଡା ଓ ବୌଦ୍ଧର ମହାନଦୀ ସେତୁଛକ ନିକଟରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟ ଅବହେଳିତ ହୋଇ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା ସଂଗ୍ରହାଳୟର ପର୍ଯ୍ୟଟନ କକ୍ଷରେ ଶ୍ୟାମସୁନ୍ଦରପୁର ଓ ପରଗଳପୁରର ବୁଦ୍ଧଙ୍କ କୌଣସି ଫୋଟୋ ଚିତ୍ର ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.