ETV Bharat / state

ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ଲଢିବେ ୯ ପ୍ରାର୍ଥୀ - ବୌଦ୍ଧଗଡ NAC ଅଧ୍ୟକ୍ଷ ପଦ ପାଇଁ ଲଢିବେ ୯ ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ସରିଲା ଯାଞ୍ଚ ପ୍ରକ୍ରିୟା । ବୌଦ୍ଧ ଜିଲ୍ଲା ଏନଏସିର ଅଧ୍ୟକ୍ଷ ପଦ ପାଇଁ ସମୁଦାୟ ୯ ଜଣ ପ୍ରାର୍ଥୀ ଓ କାଉନସିଲର ପଦ ପାଇଁ 50 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧଗଡ NAC ଅଧ୍ୟକ୍ଷ ପଦ ପାଇଁ ଲଢିବେ ୯ ପ୍ରାର୍ଥୀ

author img

By

Published : Mar 11, 2022, 8:43 AM IST

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଏବେ ଦେଖିବାକୁ ମିଳିଛି ପୌର ତାତି । ପୌର ଲଢେଇ ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ପୌର ନିର୍ବାଚନ ପାଇଁ ଶେଷ ହୋଇଛି ଯାଞ୍ଚ ପ୍ରକ୍ରିୟା । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିର ଅଧକ୍ଷ ପଦ ପାଇଁ ସମୁଦାୟ ୯ ଜଣ ପ୍ରାର୍ଥୀ ଓ କାଉନସିଲର ପଦ ପାଇଁ 50 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ବୌଦ୍ଧଗଡ NAC ଅଧ୍ୟକ୍ଷ ପଦ ପାଇଁ ଲଢିବେ ୯ ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ଜିଲ୍ଲାର ପୌରାଞ୍ଚଳ । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସି ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ସହିତ ଛଅ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ୧୭ ଗୋଟି ଓ୍ବାର୍ଡ ପାଇଁ ସମୁଦାୟ 50 ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବୌଦ୍ଧ ଏନଏସିର 12,13,14 ନମ୍ବର ଓ୍ବାର୍ଡ ପାଇଁ କଂଗ୍ରେସର ପ୍ରାର୍ଥୀ ନଥିବା ବେଳେ 4 ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।

ସେପଟେ ଜିଲ୍ଲାର 69 ଗୋଟି ପଞ୍ଚାୟତରେ ଆଜି (ଶୁକ୍ରବାର) ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ବ ନେବାକୁ ଥିବା ବେଳେ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ପାଇଁ ଚର୍ଚ୍ଚାରେ ଥିବା ଦହ୍ୟା ପଞ୍ଚାୟତରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି । ସେହିପରି ଏକ ରୋଚକ ମୋଡ କ୍ରମରେ କଣ୍ଟାମାଳ ସଦର ପଞ୍ଚାୟତର ଜଣେ ଓ୍ବାର୍ଡ ମେମ୍ବର ଜେଲରେ ଥାଇ ନିର୍ବାଚନରେ ବିଜୟୀ ହେବା ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ଥାଉ କି, ରାଜ୍ୟରେ ଆସନ୍ତା ମାର୍ଚ୍ଚ 24ରେ ପୌର ଭୋଟ୍ ହେବ । 26 ତାରିଖରେ ଭୋଟ୍ ଗଣତି ହେବ। 3 ମହାନଗର ସମେତ 107 ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.