ETV Bharat / state

ମନଇଚ୍ଛା ଚାଲିଛି ରାସ୍ତା ଖୋଳା, ପାଣି ପାଇଁ ଲୋକେ ଡହଳବିକଳ - permission

ଜାତୀୟ ରାଜପଥକୁ ବିନା କୌଣସି ସୂଚନାରେ ଅବାଧରେ ଖୋଳାଯାଉଛି । ଫଳରେ ସମୟ ସମୟରେ ଟେଲିଫୋନ ତାର କଟିବା ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 12, 2019, 1:28 AM IST

ବୌଦ୍ଧ: ଜାତୀୟ ରାଜପଥକୁ ବିନା କୌଣସି ସୂଚନାରେ ଅବାଧରେ ଖୋଳାଯାଉଛି । ଫଳରେ ସମୟ ସମୟରେ ଟେଲିଫୋନ ତାର କଟିବା ଠାରୁ ଆରମ୍ଭ କରି ପାନୀୟ ଜଳଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ସହର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥକୁ ଅବାଧରେ କୌଣସି ସୂଚନା ଦିଆନଯାଇ ଖୋଳି ଦେବା ଫଳରେ ପାଣି ପାଇପ ଫାଟି ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ସହରରେ ଅଧିକାଂଶ ସମୟରେ ଗୋଟିଏ ବିଭାଗ ସହ ଅନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ତଥା ସୂଚନା ପ୍ରଦାନ କରାନଯାଇ ଥିବାରୁ ଯାହାର ଯେତେବେଳେ ଆବଶ୍ୟକ ସେ ରାସ୍ତା ଖୋଳୁଛନ୍ତି ।

ଫଳରେ ସ୍ଥାନୀୟ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଗରମ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅନ୍ୟ ପଟରେ ପାଣି ଟୋପାଏ ପାଇଁ ଡହକବିକଳ ହେଉଥିବା ଦେଖିବାକୁ ମିଳିଛି ।

ଏସମ୍ପର୍କରେ ବିଭାଗୀୟ ଅଧିକାରୀ ବିନା ସୂଚନାରେ ରାସ୍ତା ଖୋଳାକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.