ETV Bharat / state

Reviews the Development Work: କଟକ ରେଳ ଷ୍ଟେସନ ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ

author img

By ETV Bharat Odisha Team

Published : Oct 13, 2023, 9:31 PM IST

ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା କାର୍ଯ୍ୟ ସରିବା ନେଇ କହିଛନ୍ତି ସାଂସଦ । ଏହା ସହ ପୂର୍ବପଟ ଗେଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ । ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ । ଓଡ଼ିଶାର ଦ୍ଵିତୀୟ ବ୍ୟସ୍ତବହୁଳ କଟକ ରେଳ ଷ୍ଟେସନ ହେବ ବିଶ୍ବସ୍ତରୀୟ । ଯେଉଁଥି ପାଇଁ ୩୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଅଧିକ ପଢନ୍ତୁ

Reviews the Development work: କଟକ ରେଳ ଷ୍ଟେସନ ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ: କଟକ ରେଳଷ୍ଟେସନରେ ଚାଲିଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସମୀକ୍ଷା ସମୟରେ କଟକ ରେଳଷ୍ଟେସନର ବରିଷ୍ଠ ଅଧିକାରୀ ଠିକା ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା କାର୍ଯ୍ୟ ସରିବା ନେଇ କହିଛନ୍ତି ସାଂସଦ । ଏହା ସହ ପୂର୍ବପଟ ଗେଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ । ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ । ଓଡ଼ିଶାର ଦ୍ଵିତୀୟ ବ୍ୟସ୍ତବହୁଳ କଟକ ରେଳ ଷ୍ଟେସନ ହେବ ବିଶ୍ବସ୍ତରୀୟ । ଯେଉଁଥି ପାଇଁ ୩୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଏହା ବିଶ୍ବର ଅନ୍ୟତମ ରେଳଷ୍ଟେସନ ଭାବେ ପରିଗଣିତ ହେବା ସହ ବିଶ୍ଵସ୍ତରୀୟ ସୁବିଧା ପାଇବେ ଯାତ୍ରୀ ମାନେ। ବର୍ତ୍ତମାନ ସମୟରେ ଜୋରଦାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କଟକ ଷ୍ଟେସନରେ ପହଞ୍ଚିବା ସହ ପ୍ରଥମେ ନିର୍ମାଣ କାର୍ଯ୍ୟ ପାଇଁ ତିଆରି ହୋଇଥିବା ବ୍ଲୁ ପ୍ରିଣ୍ଟକୁ ଦେଖିଥିଲେ । କେଉଁ ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ହୋଇଛି ଓ ଆଉ କଣ କାର୍ଯ୍ୟ ବାକି ରହିଛି ସେ ନେଇ ତନ୍ନ ତନ୍ନ ଯାଞ୍ଚ କରିଥିଲେ ସାଂସଦ । ଏହା ସହ କଟକ ଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଥିବା ସମସ୍ତ ଅଞ୍ଚଳ ତଥା ସମସ୍ତ ପ୍ଲାଟଫର୍ମକୁ ମଧ୍ୟ ବୁଲି ଦେଖିଥିଲେ ।

ଅଧିକ ପଢନ୍ତୁ- ନୂଆ ରୂପ ପାଇବ କଟକ ଓ ପୁରୀ ରେଳ ଷ୍ଟେସନ, ନବୀକରଣ ପରେ ଏମିତି ଦେଖାଯିବ

ବିଶେଷ କରି ଅତ୍ୟାଧୁନିକ ଜ୍ଞାନ କୌଶଳରେ ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଦୁଇ ମହଲା ବିଶିଷ୍ଟ ହେବାର କାର୍ଯ୍ୟକ୍ରମ ରହିଛି । ତଳେ ରେଳ ଚଳାଚଳ ଓ ଉପରେ ମାର୍କେଟ କମ୍ପ୍ଲେକ୍ସର ପ୍ଲାନ କରାଯାଇଥିବା କଥା କହିଛନ୍ତି ସାଂସଦ । କଟକ ରେଳଷ୍ଟେସନର ଶିଖରପୁର ପାଖରେ ଥିବା ପୂର୍ବପଟ ଗେଟର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ବର୍ତ୍ତମାନ ସମୟରେ ଡିଜାଇନ, ଆର୍କିଟେକ୍ଚର ମେନ ଗେଟର ପାଇଲିଂ କାମ ଶେଷ ହୋଇ ଆସିଲାଣି । ତେଣୁ ଖୁବ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସାଂସଦ। ଏହା ସହ ରେଳ ଷ୍ଟେସନର ଗହଳି ଭିତରେ ମଧ୍ୟ ନିର୍ମାଣ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଜାରି ରହିବ ବୋଲି କହିଛନ୍ତି କଟକ ସାଂସଦ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.