ETV Bharat / state

କଡାକଡି ହେଲା ସଡକ ସୁରକ୍ଷା ଆଇନ

author img

By

Published : Mar 1, 2020, 2:12 PM IST

ରବିବାରଠାରୁ ବୌଦ୍ଧ ଜିଲ୍ଲାରେ କଡାକଡି ହେଲା ସଡକ ସୁରକ୍ଷା ଆଇନ । ଏନେଇ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଡାକଡି ହେଲା ସଡକ ସୁରକ୍ଷା ଆଇନ
କଡାକଡି ହେଲା ସଡକ ସୁରକ୍ଷା ଆଇନ

ବୌଦ୍ଧ: ରବିବାରଠାରୁ କଡାକଡି ହେଲା ସଡକ ସୁରକ୍ଷା ଆଇନ । ଏନେଇ ସମୟ ପୂର୍ବପ୍ରସ୍ତୁତି ସରିଥିବା ବେଳେ ଆଇନସେବା ପ୍ରାଧିକରଣ ପକ୍ଷରୁ ଦୁର୍ଘଟଣା ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଆଜି ଠାରୁ ଲାଗୁ ହେଲା ସଡକ ସୁରକ୍ଷା ଆଇନ । ପୂର୍ବରୁ ଅନେକ ସ୍ଥାନରେ ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ହେଲମେଟ, ସିଟବେଲ୍ଟ, ଲାଇସେନ୍ସ, ଗାଡିର କାଗପତ୍ର ଠିକ ରଖିବାକୁ ପରାମର୍ଶ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

କଡାକଡି ହେଲା ସଡକ ସୁରକ୍ଷା ଆଇନ

ତଥାପି ବିଭିନ୍ନ କାରଣରୁ ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣା ଓ ତତଜନୀତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଆଇନ ସେବା ପ୍ରାଧିକରଣ ପକ୍ଷରୁ ମଧ୍ୟ ଏନେଇ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଡିଏଲଏସ ସଚିବ ପ୍ରଭୁ ରାମଦାସ ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ନ୍ୟାୟାଧିଶ ଅରବିନ୍ଦ ଗୁରୁ, ଅନ୍ୟାନ୍ୟ ନ୍ୟାୟାଧିଶ ଓ ଏସପିଭି ରଘୁନାଥ ରାଓ ପ୍ରମୁଖ ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ସମ୍ପର୍କରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏହାସହ ପ୍ରପୀଡ଼ିତ ଲୋକଙ୍କୁ କିଭଳି ବୀମା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ସେନେଇ ଗୁରୁତ୍ବ ଦେଇଛନ୍ତି । ଆଜି ଠାରୁ ଆରମ୍ଭ ହେଉଥିବା ଏହି ନୂତନ ସଡକ ଆଇନ ସମ୍ପର୍କରେ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.