ETV Bharat / state

ବୌଦ୍ଧରେ 2 ଦିନରେ 10ରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା: ଜଣେ ମୃତ, 4 ଗୁରୁତର - ବୌଦ୍ଧରେ 2 ଦିନରେ 10ରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସରିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାରେ 10ରୁ ଊର୍ଦ୍ଧ୍ବ ଛୋଟବଡ ଦୁର୍ଘଟଣାମାନ ଘଟିଛି । ଏଥିରେ 4 ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

More than 10 road accidents in Boudh in 2 days
ବୌଦ୍ଧରେ 2 ଦିନରେ 10ରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା: ଜଣେ ମୃତ, 4 ଗୁରୁତର
author img

By

Published : Jun 2, 2020, 3:43 PM IST

ବୌଦ୍ଧ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସରିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଜିଲ୍ଲାରେ 10ରୁ ଊର୍ଦ୍ଧ୍ବ ଛୋଟବଡ ଦୁର୍ଘଟଣାମାନ ଘଟିଛି । ଏଥିରେ 4 ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ଦୁଇ ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ 10ରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିଥିବାବେଳେ ତନ୍ମଧ୍ୟରୁ 4 ଜଣ ଗୁରୁତର ଏବଂ ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମସ୍ତ ସଡକ ଦୁର୍ଘଟଣା ଗୁଡିକରେ ବାଇକ ଓ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରେ 2 ଦିନରେ 10ରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା: ଜଣେ ମୃତ, 4 ଗୁରୁତର

ସାମ୍ପୋଚ ପଞ୍ଚାୟତର ସରପଞ୍ଚ ଖୋଦ ଦୁର୍ଘଟଣାରେ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଛତରଙ୍ଗ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣେ ସ୍ଥାନୀୟ ଯୁବକଙ୍କ ସୋମବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.