ETV Bharat / state

ନିଖୋଜ ଯୁବକର ମୃତ୍ୟୁ, ପୋଲିସ ହାତରେ ହତ୍ୟାକାରୀ ସ୍ବାମୀ-ସ୍ତ୍ରୀ

ନିଖୋଜ ଯୁବକର ମୃତଦେହ ଉଦ୍ଧାର । ବର୍ତ୍ତମାନ ହାଜତରେ ହାଜର ହୋଇଛନ୍ତି ହତ୍ୟାକାରୀ ସ୍ବାମୀ ଓ ସ୍ତ୍ରୀ । ଅଧିକ ଖବର ପଢନ୍ତୁ...

author img

By

Published : Sep 28, 2019, 11:32 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ପ୍ରଥମେ ନିଖୋଜ ଅଭିଯୋଗ, ତାପରେ ମର୍ଡର ମିଷ୍ଟ୍ରି । ଶେଷରେ ଅଭିଯୁକ୍ତ ହାଜତରେ ହାଜର । ତିନି ଦିନର ସସପେନ୍ସ ପରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକର ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ବୌଦ୍ଧ ପୋଲିସ । ଘଟଣା ପ୍ରକାରରେ ଗତ 24 ତାରିଖ ରାତିରୁ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗାଁର ରଞ୍ଜିତ ଦୀପ(୩୫) କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଘଟଣାକୁ ଗୁରୁତର ସହ ନେଇ ବୁଧବାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହା ଏକ ହତ୍ୟାକାଣ୍ଡ ତଥା ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୌଦ୍ଧ ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ପ୍ରକାରରେ ଘୋରଡା ଗାଁର ପ୍ରକାଶ ସେଠୀ(୩୨) ସୁରଥରେ ଦାଦନ ଖଟିବା ପାଇଁ ଘରେ ସ୍ତ୍ରୀ ସେବତୀ ସେଠୀଙ୍କୁ ଛାଡି ଯାଇଥିଲେ। ଗତ ଚବିଶ ତାରିଖରେ ପ୍ରକାଶ ଗାଁକୁ ଫେରିବା ସମୟରେ ମୃତକ ସେବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ଉଭୟ ସ୍ବାମୀ ସ୍ତ୍ରୀ ମିଶି ରଞ୍ଜିତକୁ ହତ୍ୟା କରିଥିବା ପ୍ରକାଶ କହିଛନ୍ତି ।

ଏପଟେ ମୃତକଙ୍କ ପରିବାର ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ଦାବି କରି ନ୍ୟାୟ ପ୍ରଦାନ କରିବାକୁ ଗୁହାରି କରିଛନ୍ତି । ହତ୍ୟାକାରୀ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ବୌଦ୍ଧ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚାଲିଛି । ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରଥମେ ନିଖୋଜ ଅଭିଯୋଗ। ତାପରେ ମର୍ଡର ମିଷ୍ଟ୍ରି ।ଶେଷରେ ଅଭିଯୁକ୍ତ ହାଜତରେ ହାଜିର ।
ତିନି ଦିନ ର ସସ୍ପେନ୍ସ ପରେ ଶୁକ୍ରବାର ସଂଧ୍ୟାରେ ଜଣେ ଯୁବକର ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ବୌଦ୍ଧ ପୋଲିସ ।ଘଟଣା ପ୍ରକାରେ ଗତ ଚବିଶ ତାରିଖ ରାତିରୁ ବୀରନରସିଂପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗାଁର ରଞ୍ଜିତ ଦୀପ(୩୫) କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା ।ଏହାପରେ ଘଟଣାକଙ ଗୁରୁତର ସହ ନେଇ ବୁଧବାର ତଦନ୍ତ ଆରମ୍ଭ କରିଥିଲେ ।ଏହାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହା ଏକ ହତ୍ୟାକାଣ୍ଡ ତଥା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୌଦ୍ଧ ପୋଲିସ ।ସୂଚନା ପ୍ରକାରେ ଘୋରଡା ଗାଁର ପ୍ରକାଶ ସେଠୀ(୩୨) ସୁରଥରେ ଦାଦନ ଖଟିବା ପାଇଁ ଘରେ ସ୍ତ୍ରୀ ସେବତୀ ସେଠୀଙ୍କୁ ଛାଡି ଯାଇଥିଲେ ।ଗତ ଚବିଶ ତାରିଖରେ ପ୍ରକାଶ ଗାଁ କୁ ଫେରିବା ସମୟରେ ମୃତକ ସେବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ମିଶି ରଞ୍ଜିତ କୁ ହତ୍ୟା କରିଥିବା ପ୍ରକାଶ କହିଛନ୍ତି ।ଏପଟେ ମୃତକ ଙ୍କ ପରିବାର ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଗୁହାରି କରିଛନ୍ତି ।ହତ୍ୟାକାରୀ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ବୌଦ୍ଧ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚାଲିଛି ।।ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।

Body:ନିଖୋଜ ଯୁବକର ମୃତ ଶରୀର ମିଳିଲା ।

Conclusion:ବାଇଟ-୧-ଶୁକ୍ରୃ ଦୀପ,ମୃତକଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.