ETV Bharat / state

ବୌଦ୍ଧରେ ଆଜାଦୀ ପାର୍କର ଉଦଘାଟନ କଲେ ମନ୍ତ୍ରୀ ପ୍ରଦୀପ ଅମାତ - ଆଜାଦୀ ପାର୍କ

ବୌଦ୍ଧ ବନ ବିଭାଗର ଅଭିନବ ପଦକ୍ଷେପ । ଦେଶ ସ୍ବାଧୀନତାର 75 ବର୍ଷ ଅବସରରେ 75 ପ୍ରଜାତିର ବିଭିନ୍ନ ବିରଳ ବୃକ୍ଷର ସମାହାରରେ ପ୍ରସ୍ତୁତ ହୋଇଛି ଆଜାଦୀ ପାର୍କ । ଉଦଘାଟନ କଲେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ । ଅଧିକ ପଢନ୍ତୁ

Pradip Amat inaugurated Azadi Park in Boudh

author img

By

Published : Dec 29, 2022, 1:13 PM IST

Pradip Amat inaugurated Azadi Park in Boudh

ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା । ଏଠାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଦେଶ ସ୍ବାଧୀନତାର 75 ବର୍ଷ ପୁରଣ ଅବସରରେ ଜିଲ୍ଲା ବନ ବିଭାଗର ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଠାରେ ପ୍ରକୃତି ପର୍ଯ୍ୟଟନର ଏକ ବିରାଟ ସମ୍ଭାବନା ରହିଥିବା ବେଳେ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା କରୁଛି । ବର୍ତ୍ତମାନ ବୌଦ୍ଧ ବନ ବିଭାଗ ମଧ୍ୟ ଏଭଳି ଏକ ମନୋରମ ପୂର୍ଣ୍ଣ ସ୍ଥାନକୁ ବିକଶିତ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା କରିଛି ।

ଜିଲ୍ଲାର ମହାନଦୀ ଓ ସାଲୁଙ୍କୀ ନଦୀର ସଂଗମ ସ୍ଥଳରେ ଅବସ୍ଥିତ ବଲାସିଙ୍ଗାର ମହିମା ଧର୍ମର ଉନ୍ମେଷ ଭୂମି ପାଇଁ ପ୍ରସିଦ୍ଧି ରହିଥିବା ବେଳେ ଏହା ନିକଟରେ ବନ ବିଭାଗ ପ୍ରତିଷ୍ଠା କରିଛି ଆଜାଦୀ ପାର୍କ । ଯେଉଁ ପାର୍କରେ 75 ପ୍ରଜାତିର ବିଭିନ୍ନ ଔଷଧୀୟ ତଥା ଦୁର୍ଲଭ ବୃକ୍ଷ ରହିଥିବା ବେଳେ ପର୍ଯ୍ୟଟନ ଦୃଷ୍ଟି କୋଣରୁ ଏହି ସ୍ଥାନ ଖୁବ ଆକର୍ଷଣୀୟ ହୋଇ ପାରିଛି । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏଭଳି ସୌନ୍ଦର୍ଯ୍ୟ ପୂର୍ଣ୍ଣ ପାର୍କକୁ ଉଦଘାଟନ କରିବା ସହିତ ଏଭଳି ସ୍ଥାନ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିପାରିବ ବୋଲି ଆଶା ପ୍ରକାଶ କରିଛନ୍ତି । ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Dhanu Yatra: ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କାରାଗାରରେ ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ

ଏନେଇ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ''ଆଜି ଆଜାଦୀ ପାର୍କ ଉଦଘାଟନ କରାଯାଇଛି, ଏଠାରେ 75 ପ୍ରଜାତିର ବିଭିନ୍ନ ଔଷଧୀୟ ତଥା ଦୁର୍ଲଭ ବୃକ୍ଷ ଲଗାଯାଇଛି । ଏହା ଆଗାମୀ ଦିନରେ ଏହି ଅଞ୍ଚଲ ପାଇଁ ଲାଭଦାୟକ ହେବ । ଏବଂ ପର୍ଯ୍ୟଟନ ଦୃଷ୍ଟି କୋଣରୁ ଏହି ସ୍ଥାନ ଖୁବ ଆକର୍ଷଣୀୟ ମଧ୍ୟ ହୋଇ ପାରିଛି ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ।''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.