ETV Bharat / state

ବୌଦ୍ଧରେ ପକ୍ଷୀ ଗଣନା, ୩ଟି ବ୍ଲକରେ ୨୦ ଟିମ୍ ନିୟୋଜିତ - Forest Department

migratory bird census : ବୌଦ୍ଧ ଜିଲ୍ଲାର ୩ଟି ବ୍ଲକର ୨୦ଟି ସ୍ଥାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅଧିକ ପଢନ୍ତୁ

ବୌଦ୍ଧରେ ଚାଲିଛି ପକ୍ଷୀ ଗଣନା, ୨୦ଟି ସ୍କ୍ବାର୍ଡ ନିୟୋଜିତ

author img

By ETV Bharat Odisha Team

Published : Jan 10, 2024, 7:12 PM IST

ବୌଦ୍ଧରେ ଚାଲିଛି ପକ୍ଷୀ ଗଣନା, ୨୦ଟି ସ୍କ୍ବାର୍ଡ ନିୟୋଜିତ

ବୌଦ୍ଧ : ରାଜ୍ୟରେ ଚାଲିଛି ଶୀତକାଳୀନ ବହିରାଗତ ପକ୍ଷୀ ମାନଙ୍କ ଗଣନା କାର୍ଯ୍ୟକ୍ରମ । ପୁରୀ, ମୟୂରଭଞ୍ଜ, ନୟାଗଡ, କୋରାପୁଟ ଆଦି ଜିଲ୍ଲାରେ ଚାଲିଛି ଏହି ଗଣନା ପ୍ରକ୍ରିୟା । ଏହି କ୍ରମରେ ବୌଦ୍ଧ ଜିଲ୍ଲା ରେ ମଧ୍ୟ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ । ପୂର୍ବରୁ ଏନେଇ ବନ ବିଭାଗର କର୍ମଚାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ ।

ବୌଦ୍ଧ ଜିଲ୍ଲାର ତିନିଟି ବ୍ଲକର କୋଡ଼ିଏଟି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବିଭିନ୍ନ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିବା ସୂଚନା ମିଳିଛି । ଜଙ୍ଗଲ ସମ୍ପଦରେ ଭରପୁର ତଥା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୌଦ୍ଧ ବନଖଣ୍ଡ ଅଧୀନରେ ଥିବା ପାଞ୍ଚ ଗୋଟି ବନାଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ ... ହୀରାକୁଦରେ ପକ୍ଷୀ ଗଣନା, 21 ସେକ୍ଟରରେ 32 ଟିମ୍ ନିୟୋଜିତ

ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବଉଦ, ପୁରୁଣା କଟକ ଓ ମାଧପୁର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ନଦୀ, ବନ୍ଧ, ଜଳାଶୟ ଗୁଡିକରେ ବୁଧବାର ବନଖଣ୍ଡ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେପଟେ ଗତ ୬ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ କୁମ୍ଭୀର ମାନଙ୍କର ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ସକାଳୁ ବୌଦ୍ଧ ସହରର ମହାନଦୀ ଆଳତୀ ଘାଟଠାରୁ ଏହି ପକ୍ଷୀମାନଙ୍କ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଡମକୁଚ ଠାରୁ ନେଇ, ସରସରା ସାଗର, ଚନ୍ଦ୍ରପୁର ସାଗର, ରଜାବନ୍ଧ, ନାରାୟଣ ପ୍ରସାଦ ସାଗର ଭଳି ବିଭିନ୍ନ ସ୍ଥାନରେ ବନ ବିଭାଗର କୋଡ଼ିଏ ଗୋଟି ସ୍ବତନ୍ତ୍ର ସ୍କ୍ବାଡ ଏହି ପକ୍ଷୀମାନଙ୍କ ଗଣନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି ।

ତେବେ ବୁଧବାର ପ୍ରତ୍ୟୁଷରୁ ପ୍ରବଳ କୁହୁଡି ଯୋଗୁଁ ଏହି ପକ୍ଷୀମାନଙ୍କ ଗଣନା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ସ୍ଥାନରେ ୨ଟି ବିରଳ ପକ୍ଷୀ ଦେଖିବାକୁ ମିଳିଛି । ଏହା ସହିତ ବିଭିନ୍ନ ନଦୀ ପଠାରେ ବନ ବିଭାଗ କର୍ମଚାରୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହାଛଡା ପକ୍ଷୀ ଶିକାରୀଙ୍କ ଉପରେ ବନ ବିଭାଗର ସ୍ବତନ୍ତ୍ର ଦୃଷ୍ଟି ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.