ETV Bharat / state

ସମବାୟ ସମିତି ସଂପାଦକଙ୍କ ସମସ୍ୟା ନେଇ ଏଆରସିଏସଙ୍କୁ ଦାବିପତ୍ର - problems of co-operative society secretary in boudha

ସମବାୟ ସମିତିର ସଂପାଦକଙ୍କ ବିଭିନ୍ନ ସମସ୍ୟା ନେଇ ଏଆରସିଏସଙ୍କୁ ଦାବିପତ୍ର । ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ବାରା ନିଲମ୍ବିତ 5 ଜଣ ସଂପାଦକଙ୍କ ପୁନଃ ନିଯୁକ୍ତି ଦାବି କଲା ସମବାୟ ସମିତି ସଂଘ । ଅଧିକ ପଢ଼ନ୍ତୁ...

ସମବାୟ ସମିତି ସଂପାଦକଙ୍କ ସମସ୍ୟା ନେଇ ଏଆରସିଏସଙ୍କୁ ଦାବିପତ୍ର

author img

By

Published : Oct 14, 2020, 10:00 AM IST

ବୌଦ୍ଧ: ସମବାୟ ସମିତିର ସଂପାଦକଙ୍କ ବିଭିନ୍ନ ସମସ୍ୟା ନେଇ ଏଆରସିଏସଙ୍କୁ ଦାବିପତ୍ର । ବିଭିନ୍ନ ସମବାୟ ସମିତିର ସଂପାଦକମାନେ ମିଳିତ ହୋଇ ସେମାନଙ୍କ ସମସ୍ୟା ନେଇ ମଙ୍ଗଳବାର ଏଆରସିଏସଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଜିଲ୍ଲାର ନିଲମ୍ବିତ 5 ଜଣ ସଂପାଦକଙ୍କ ପୁନଃ ନିଯୁକ୍ତି ମଧ୍ୟ ଦାବି କରାଯାଇଛି ।

ସମବାୟ ସମିତି ସଂପାଦକଙ୍କ ସମସ୍ୟା ନେଇ ଏଆରସିଏସଙ୍କୁ ଦାବିପତ୍ର

ବୌଦ୍ଧ ଜିଲ୍ଲାରେ ଥିବା 42 ଗୋଟି ସମବାୟ ସମିତି ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ସମିତିର ସଂପାଦକ ନନ କ୍ୟାଡେଡଭୁକ୍ତ ରହିଛନ୍ତି । ଏନେଇ ମଙ୍ଗଳବାର ସମବାୟ ସମିତି ସଂଘ ସେମାନଙ୍କ ବିଭିନ୍ନ ଦାବି ନେଇ ବୌଦ୍ଧରେ ପହଞ୍ଚିଥିଲେ । ନବ ନିଯୁକ୍ତ ସଂପାଦକଙ୍କ ଦରମା ବୃଦ୍ଧି ସହିତ ଇପିଏଫ ଓ ଗ୍ରାଚୁଇଟି ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଗତ ଦୁଇମାସ ତଳେ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ୟୁରିଆ ସାରର କଳାବଜାରକୁ ନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର 5 ଜଣ ସମବାୟ ସଂପାଦକଙ୍କୁ ନିଲମ୍ବିତ କରିଥିଲେ । ତେବେ ଏହାକୁ ପିଓସ ମେସିନର ଯାନ୍ତ୍ରିକ ତ୍ରୁଟି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାସହ ସେମାନଙ୍କ ପୁନଃ ନିଯୁକ୍ତି ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.