ETV Bharat / state

ଅନିଶ୍ଚିତତାରେ 3 ମେଗା ଜଳସେଚନ ପ୍ରକଳ୍ପର ଭାଗ୍ୟ - ମହାନଦୀ

ଚାଷୀଙ୍କ ଜଳସେଚନର ସୁବିଧା ପାଇଁ ହରଭଙ୍ଗା ବ୍ଲକ ମହାନଦୀ କୂଳର ଚାରୋଟି ସ୍ଥାନରେ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ତନ୍ମଧ୍ୟରୁ କେବଳ ଗୋଟିଏ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ତିନୋଟି ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ରହିଛି । ଅଧିକ ପଢନ୍ତୁ...

ଅନିଶ୍ଚିତତା ମଧ୍ୟରେ ତିନି ମେଗା ଜଳସେଚନ ପ୍ରକଳ୍ପର ଭାଗ୍ୟ

author img

By

Published : Jul 16, 2021, 9:56 AM IST

ବୌଦ୍ଧ: ଅଞ୍ଚଳର ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ପାଇଁ ସରକାର ମହାନଦୀ କୂଳର ଚାରୋଟି ସ୍ଥାନରେ ପାର୍ବତୀ ଗିରି ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଦୁଇ ବର୍ଷ ପରେ ଏବେ କେବଳ ଗୋଟିଏରେ କାର୍ଯ୍ୟ ଜାରି ରହିଛି ଓ ଅନ୍ୟ ତିନୋଟି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିବା ଅଭିଯୋଗ ହୋଇଛି ।

ଅନିଶ୍ଚିତତା ମଧ୍ୟରେ ତିନି ମେଗା ଜଳସେଚନ ପ୍ରକଳ୍ପର ଭାଗ୍ୟ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଥିବା ସାମ୍ପୋଚ, ରାମଗଡ,ଧଳପୁର ଓ ତିରଡ ଠାରେ ମେଗା ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ 2019 ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି ସ୍ଥାପନ କରିଥିଲେ । କିନ୍ତୁ ଦୁଇ ବର୍ଷ ପରେ ତନ୍ମଧ୍ୟରୁ କେବଳ ତିରଡ ପ୍ରକଳ୍ପକୁ ଛାଡିଦେଲେ ଅନ୍ୟ ତିନୋଟି ପ୍ରକଳ୍ପର କାର୍ଯ୍ୟ ଆଗକୁ ଯାଇପାରୁନଥିବା ଅଭିଯୋଗ ହୋଇଛି ।

ଏଠାରେ ପ୍ରକାଶ ଥାଉକି ହରଭଙ୍ଗା ବ୍ଲକ ମହାନଦୀ କୂଳରେ ଥାଇ ମଧ୍ୟ ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଟେଲ ଏରିଆରେ ଥିବାରୁ ଅଧିକାଂଶ ଚାଷ ଜମିକୁ ଜଳସେଚନ ହୋଇପାରି ନଥାଏ । ଏହାକୁ ଦୃଷ୍ଟିରେ ରଖି ମହାନଦୀର ଚାରୋଟି ସ୍ଥାନରେ ସାମ୍ପୋଚ, ରାମଗଡ,ଧଳପୁର ଓ ତିରଡ ଠାରେ ମେଗା ଉଠାଜଳସେଚନ ପ୍ରକଳ୍ପ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ତେବେ କେଉଁ କାରଣରୁ ଉକ୍ତ ତିନି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଏନେଇ ଅଞ୍ଚଳର ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ଏନେଇ ଖୋଦ ଜିଲ୍ଲା ପରିଷଦ ସଭ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.