ETV Bharat / state

ହାତୀ ମୃତ୍ୟୁ ଘଟଣା, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବୈଠକ

author img

By

Published : Jul 1, 2023, 1:01 PM IST

ଦନ୍ତାହାତୀ ମୃତ୍ୟୁ ଘଟଣାକୁ ନେଇ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

elephant electrocuted death case
elephant electrocuted death case
elephant electrocuted death case

ବୌଦ୍ଧ: ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା । ହାତୀ ମୃ୍ତ୍ୟୁକୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଚୁପ ରହିଛି ବନବିଭାଗ । ତେବେ ଏହି ଘଟଣାକୁ ନେଇ ଉଭୟ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ନିମନ୍ତେ ଗତ ଗୁରୁବାର ଦିନ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ତଥା ସୂଚନାର ଠିକରେ ଆଦାନ ପ୍ରଦାନ ନିମନ୍ତେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

ସେପଟେ ବୈଠକରେ ଘୁଚାଙ୍ଗୀ ଦନ୍ତାହାତୀ ମୃତ୍ୟୁର ତଦନ୍ତକୁ ନେଇ କୌଣସି ଅଗ୍ରଗତି ଘଟିପାରି ନଥିବା ବେଳେ ଏଥିପାଇଁ କିଏ ଦାୟୀ ଓ କାହିଁକି ଏଭଳି ଦାୟିତ୍ବହୀନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ସେନେଇ ଉଠିଛି ପ୍ରଶ୍ନବାଚୀ । ତେବେ ସମନ୍ୱୟ ଅଭାବରୁ ଏଭଳି ଅଘଟଣ ଘଟିଥିବା ସହକାରୀ ବନ ସଂରକ୍ଷକ ସ୍ବୀକାର କରିଥିବା ବେଳେ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ଆଦୌ ନ ଥିବା ଦୁଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ସୂଚନା ମିଳିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପ୍ରାଣୀ ବିଶେଷଜ୍ଞ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ଗତ 14 ତାରିଖ ରଜ ସଂକ୍ରାନ୍ତି ଦିନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘୁଚାଙ୍ଗୀ ଜଙ୍ଗଲରେ 11 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟି ପ୍ରାଣ ହରାଇଥିଲା । ତେବେ ଉଭୟ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । କାରଣ କଣ୍ଟାମାଳ ବନାଞ୍ଚଳର ଉକ୍ତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦଶରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଛନ୍ତି । କିନ୍ତୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ନିଯୁକ୍ତି ହୋଇଥିବା କର୍ମଚାରୀଙ୍କ ଉକ୍ତ ଅଞ୍ଚଳରେ ଦିନଟିଏ ମଧ୍ୟ ଦେଖାନାହିଁ ।

ଏହା ମଧ୍ୟ ପଢନ୍ତୁ- ବିଦ୍ୟୁତ ଆଘାତରେ ଦନ୍ତା ମୃତ୍ୟୁ ଘଟଣା, 10 ଦିନ ପରେ ବି ତଦନ୍ତ ଦିଗହରା

ସେହିପରି ବିଦ୍ୟୁତ ତାର ଓ ହାତୀର ଗତିବିଧିକୁ ନେଇ ରଜ ସଂକ୍ରାନ୍ତି ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ସୂଚନା ଦିଆଯାଇଥିଲା । କିନ୍ତୁ ବିଦ୍ୟୁତ କାଟ କରାନଯିବାରୁ ହାତୀର ମୃତ୍ୟୁ ଘଟିଲା । ସେପଟେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି କୌଣସି ସୂଚନା ସେମାନଙ୍କୁ ଦିଆଯାଇ ନଥିବା କୁହାଯାଇଛି । ବୌଦ୍ଧ ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା କୌଣସି ନୂଆ କଥା ନୁହେଁ । ଗତ ପାଞ୍ଚ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ୬ ଗୋଟି ହାତୀଙ୍କ ମୃତ୍ୟୁ ଘଟିସାରିଛି । ଏନେଇ ବନ ବିଭାଗର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.