ETV Bharat / state

ମାଟ୍ରିକ ଟପ୍ପରଙ୍କ ଶ୍ରମିକ ପିତା ପାଇଲେ ସରକାରୀ ସହାୟତା

author img

By

Published : Mar 7, 2020, 11:43 PM IST

ବୌଦ୍ଧରେ ମାଟ୍ରିକ ଟପ୍ପରଙ୍କ ଶ୍ରମିକ ପିତାଙ୍କୁ ମିଳିଲା ସ୍ବତନ୍ତ୍ର ଶିକ୍ଷା ସହାୟତା । ନିର୍ମାଣ ଶ୍ରମିକ ସେବା ସପ୍ତାହରେ ଜିଲ୍ଲାପାଳ ଶିକ୍ଷା ସହିତ ଅନ୍ୟାନ୍ୟ ବର୍ଗରେ ଶ୍ରମିକଙ୍କୁ ସରକାରଙ୍କ ପ୍ରଦତ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ..

ମ୍ୟାଟ୍ରିକ ଟପ୍ପରଙ୍କ ଶ୍ରମିକ ପିତାଙ୍କୁ ମିଳିଲା ସରକାରୀ ସହାୟତା ରାଶି

ବୌଦ୍ଧ: ମାଟ୍ରିକ ଟପ୍ପରଙ୍କ ଶ୍ରମିକ ପିତାଙ୍କୁ ମିଳିଲା ସ୍ବତନ୍ତ୍ର ଶିକ୍ଷା ସହାୟତା । ନିର୍ମାଣ ଶ୍ରମିକ ସେବା ସପ୍ତାହରେ ଜିଲ୍ଲାପାଳ ଶିକ୍ଷା ସହିତ ଅନ୍ୟାନ୍ୟ ବର୍ଗରେ ଶ୍ରମିକଙ୍କୁ ସରକାରଙ୍କ ପ୍ରଦତ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଶନିବାର ବୌଦ୍ଧରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ସ୍ଥାନୀୟ ଟାଉନହଲଠାରେ ପାଳିତ ହୋଇଛି । ଜିଲ୍ଲା ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଫାଇଦା ନେଇ ନିଜ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ୧ କୋଟି ୬୫ ଲକ୍ଷ ଟଙ୍କାର ସହାୟତା ରାଶିକୁ ୫୦୮ ଜଣ ନିର୍ମାଣ ଶ୍ରମିକ ତଥା ତାଙ୍କ ପରିବାରକୁ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ପୁରୁଣାକଟକର ଶରତ ସାହୁଙ୍କ ଶ୍ରମିକ ପିତାଙ୍କୁ ସ୍ବତନ୍ତ୍ର ଭାବରେ ଦଶ ହଜାର ଟଙ୍କା ଶିକ୍ଷା ସହାୟତା ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ ।

ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ, ଉପାଧ୍ୟକ୍ଷ ଅକୃର ସେଠୀ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.