ETV Bharat / state

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଫୁଙ୍କିଲେ ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ

ବୌଦ୍ଧରେ ଜାରି ରହିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବିଜେଡିର ମିଶ୍ରଣ ପର୍ବ, ଯୋଗଦେଲେ ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ

author img

By

Published : Oct 10, 2022, 7:33 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିର ମିଶ୍ରଣ ପର୍ବ, ଯୋଗଦେଲେ ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ

ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ବରରୁ ଏହି ପଦଯାତ୍ରାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆରମ୍ଭ ହୋଇଥିବା ପଦଯାତ୍ରା ବିଭିନ୍ନ ସ୍ଥାନରେ ଜାରି ରହିଛି ।

ତେବେ ଗତକାଲି (ରବିବାର) ବୌଦ୍ଧ ନିର୍ବାଚନ ମଣ୍ଡଳୀର ପୁରୁଣାକଟକ ଠାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ତେବେ ଏହି ଅବସରରେ ବିଜେଡିର ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀଙ୍କ ଉପସ୍ଥିତିରେ ପୁରୁଣାକଟକର ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସମେତ ବିଭିନ୍ନ ଦଳର ବହୁ ନେତା ଓ କର୍ମୀ ବିଜେଡିରେ ମିଶିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.