ETV Bharat / state

ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା - ବୌଦ୍ଧରେ ଅଗ୍ନିକାଣ୍ଡ

ଶହେରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । କେନ୍ଦୁପତ୍ର ଓ ମହୁଲ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକେ ହିଁ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା

author img

By

Published : Mar 30, 2022, 4:38 PM IST

ବୌଦ୍ଧ: ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । କେନ୍ଦୁପତ୍ର ଓ ମହୁଲ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକେ ହିଁ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜନସଚେତନତାର ଅଭାବରୁ ସ୍ଥାନୀୟ ବାସିନ୍ଦା ପ୍ରତ୍ୟେକ ବର୍ଷ ଏଭଳି କାଣ୍ଡ କରୁଛନ୍ତି ।

ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା
ପ୍ରଚଣ୍ଡ ଗ୍ରୀଷ୍ମ ତାପ ସାଙ୍ଗକୁ ତଳେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ 5ଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁଲାଗି ଥିବା ସୂଚନା ମିଳିଛି । ପୂର୍ବରୁ ବନ ବିଭାଗ ଜଙ୍ଗଲରେ ନିଆଁ ଲଗାଇବାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁଦ୍ଧା ବର୍ତ୍ତମାନ ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ ଜଙ୍ଗଲରେ ପୁଣିଥରେ ନିଆଁ ଲାଗିଛି ।

ଏହାଦ୍ବାରା ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ବନ୍ୟଜନ୍ତୁମାନେ ପ୍ରଭାବିତ ହୋଇଛନ୍ତି । ଏହାଛଡା ଜଙ୍ଗଲ ନିଆଁ ଯୋଗୁଁ ରାସ୍ତାଘାଟ, ଜନବସତି ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ବନ ବିଭାଗ କର୍ମଚାରୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏ ଦିଗରେ ବନ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.