ETV Bharat / state

ବାଟବଣା ମମତା ଯୋଜନା, ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ - money laundering boudh

ବୌଦ୍ଧରେ ଜନନୀ ଓ ଶିଶୁ ସୁରକ୍ଷା ଯୋଜନାରେ ଅର୍ଥରାଶି ମିଳୁନଥିବା ଅଭିଯୋଗ । ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଫେରାଦ ହୋଇଛନ୍ତି ମହିଳା । ଅଧିକ ପଢନ୍ତୁ...

ବାଟବଣା ମମତା ଯୋଜନା, ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ

author img

By

Published : May 18, 2021, 11:49 AM IST

ବୌଦ୍ଧ: ଜିଲ୍ଲାରେ ବାଟବଣା ହୋଇଛି ଜନନୀ ଓ ଶିଶୁ ସୁରକ୍ଷା ଯୋଜନା । ମାସ ମାସ, ବର୍ଷ ବର୍ଷ ଧରି ମମତା ଯୋଜନା ବାବଦ ସହାୟତା ରାଶି ମିଳୁନଥିବା ଅଭିଯୋଗ ।

ବାଟବଣା ମମତା ଯୋଜନା, ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମାସ ମାସ ବର୍ଷ ବର୍ଷ ଧରି ମମତା ଯୋଜନା ସହୟତା ରାଶି ହିତାଧିକାରୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି । ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଲକ୍ଷଣପୁର ଗ୍ରାମର ଜନୈକା ମହିଳାଙ୍କ ପ୍ରସବର ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ମମତା ଯୋଜନାର ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ସ୍ଥାନୀୟ ଅଙ୍ଗନବାଡି ଦିଦିଙ୍କ ଠାରୁ ଆରମ୍ଭ କରି ସିଡିପିଓଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା ଜଣକ ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫେରାଦ ହୋଇଛନ୍ତି ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବାରେ କାହିଁକି ଏଭଳି ଅବ୍ୟବସ୍ଥା ଦେଖାଦେଉଛି । ଏଭଳି ଶହ ଶହ ଘଟଣା ବାରମ୍ବାର ଅଭିଯୋଗ ହେଉଛି । ଏଦିଗରେ ସମନ୍ବିତ ଶିଶୁ ବିକାଶ ବିଭାଗ ଯତ୍ନଶୀଳ ହେବା ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.