ETV Bharat / state

ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକା, ଅଭିଯୋଗ କଲେ ମିଳୁଛି ଗାଡି ମଡାଇବାର ଧମକ - ଯନ୍ତ୍ରୀ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିମ୍ନମାନର ରାସ୍ତା କାମ । ରାସ୍ତାର ଉଠିଯାଉଛି ପିଚୁ । ଅଭିଯୋଗ କଲେ ମିଳୁଛି ଗାଡି ମଡାଇବାର ଧମକ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Jul 20, 2019, 11:59 PM IST

ବୌଦ୍ଧ: ସାମନାକୁ ଆସିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅସଲ ଚିତ୍ର । ସରକାରୀ ଅର୍ଥରେ ନିମ୍ନମାନର କାର୍ଯ୍ୟ କରାଯାଇ କୋଟି କୋଟି ଟଙ୍କା ପାଣିରେ ପଡିଲା ଭଳି ଅବସ୍ଥା କରାଯାଇଛି । ଏପଟେ ଅଭିଯୋଗ କଲେ ଗାଡି ମଡାଇ ଦିଆଯିବାର ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । କାମ ନସରୁଣୁ ରାସ୍ତାରୁ ଉଠି ଯାଉଛି ପିଚୁ । ଏଭଳି କିଛି ସାଂଘାତିକ ଅଭିଯୋଗ କୁ ଖୋଦ ବିଭାଗୀୟ ଅଧିକାରୀ ସ୍ୱୀକାର ମଧ୍ୟ କରିଛନ୍ତି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ବର ନିକଟସ୍ଥ ଆରଡି ରାସ୍ତାଠାରୁ ସମ୍ବରକଟା ଦେଇ କଙ୍କଲା ପର୍ଯ୍ୟନ୍ତ ୩.୨୯୦କିମି ରାସ୍ତାକୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ ହେବାର ଥିଲା । ୧୬ ନଭେମ୍ବରରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୧୫ ମେ ସୁଦ୍ଧା ଶେଷ କରିବାର ଥିଲା । ଏହାରି ମଧ୍ୟରେ କାର୍ଯ୍ୟର ଅବଧି ସରିସାରିଥିବା ବେଳେ ରାସ୍ତାର କାମ ଏଭଳି ତିଆରି ହୋଇଛି ଯେ ଏଯାବତ ରାସ୍ତାରେ ଖାଲି ମରାମତି ଚାଲିଛି । ଗୋଡରେ କିମ୍ବା ହାତରେ ଆରାମରେ ରାସ୍ତାର ପିଚୁ ଅଂଶକୁ କାଢି ରାସ୍ତା କେତେ ମଜୁବୁଥରେ ତିଆରି ହୋଇଛି ତାହା ପରଖି ହେବ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ସେହିପରି ଦୁର୍ବଳ ତଥା ନିମ୍ନ ମାନର କାମକୁ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ଠିକରେ ଦିଆନଯିବାରୁ ଏହା ବର୍ଷେ ନୁହେଁ, ଚଳିତ ବର୍ଷା ଦିନ ମଧ୍ୟ ଯିବନାହିଁ ବୋଲି କଟାକ୍ଷ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ସମ୍ପର୍କରେ ଖୋଦ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ରଞ୍ଜନ ନାୟକ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଦିନ ଏଭଳି କୋଟି କୋଟି ଟଙ୍କାର ପ୍ରକଳ୍ପ ଦୁର୍ବଳ ହୋଇପଡୁଥିବା ଆଲୋଚନା ହେଉଛି । ଏନେଇ ସରକାର ତୁରନ୍ତ କୌଣସି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ସାମନାକୁ ଆସିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅସଲ ଚିତ୍ର ।ସରକାରୀ ଅର୍ଥ କୁ ନିମ୍ନ ମାନର କାର୍ଯ୍ୟ କରାଯାଇ କୋଟି କୋଟି ଟଙ୍କା ପାଣିରେ ପଡିଲା ଭଳି ଅବସ୍ଥା କରାଯାଇଛି ।ଏପଟେ ଅଭିଯୋଗ କଲେ ଗାଡି ମଡାଇ ଦିଆଯିବାର ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।କାମ ନସରୁଣୁ ରାସ୍ତାରୁ ଉଠି ଯାଉଛି ପିଚୁ ।ଏଭଳି କିଛି ସାଂଘାତିକ ଅଭିଯୋଗ କୁ ଖୋଦ ବିଭାଗୀୟ ଅଧିକାରୀ ସ୍ବୀକାର ମଧ୍ୟ କରିଛନ୍ତି ।ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ବର ନିକଟସ୍ଥ ଆରଡି ରାସ୍ତା ଠାରୁ ସମ୍ବରକଟା ଦେଇ କଙ୍କଲା ପର୍ଯ୍ୟନ୍ତ୩. ୨୯୦କିମି ରାସ୍ତାକୁ ୧୦୫ . ୧ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ସଡକ କାର୍ଯ୍ୟ୧୬ନଭେମ୍ବର ରୁ ଆରମ୍ଭ ହୋଇ୧୫ମେ ସୁଦ୍ଧା ସମାପ୍ତ କରିବାର ଥିଲା ।କିନ୍ତୁ ଇତି ମଧ୍ୟରେ କାର୍ଯ୍ୟ ର ଅବଧି ସରିସାରିଥିବା ବେଳେ ରାସ୍ତାର କାମ ଏଭଳି ତିଆରି ହୋଇଛି ଯେ ଏଯାବତ ରାସ୍ତାରେ ଖାଲି ପେଚ ପକାଚାଲିଛି ।ଗୋଡରେ କିମ୍ବା ହାତରେ ଆରାମ ରେ ରାସ୍ତାର ପିଚୁ ଅଂଶକୁ କାଢି ରାସ୍ତା କେତେ ମଜୁବୁଥରେ ତିଆରି ହୋଇଛି ତାହା ପରଖି ହେବ ।ସେହିପରି ଦୁର୍ବଳ ତଥା ନିମ୍ନ ମାନର କାମକୁ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ଠିକରେ ଦିଆନଯିବାରୁ ଏହା ବର୍ଷେ ନୁହେଁ, ଚଳିତ ବର୍ଷା ଦିନ ମଧ୍ୟ ଯିବନାହିଁ ବୋଲି କଟାକ୍ଷ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ଏସମ୍ପର୍କରେ ଖୋଦ ନିର୍ବାହୀ ଯନ୍ତ୍ରୀ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଦିନ ଏଭଳି କୋଟି କୋଟି ଟଙ୍କାର ପ୍ରକଳ୍ପ ଦୁର୍ବଳ ହୋଇପଡୁଥିବା ଆଲୋଚନା ହେଉଛି ।ଏନେଇ ସରକାର ତୁରନ୍ତ କୌଣସି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ବୌଦ୍ଧ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ନିମ୍ନ ମାନର ଅଭିଯୋଗ ।

Conclusion:ବାଇଟ-୧-ବିଛନ୍ଦ ପ୍ରଧାନ, ଅଞ୍ଚଳବାସୀ
ବାଇଟ-୨-ପ୍ରମିଲ କୁମାର ଦନ୍ତା, ବୁଦ୍ଧିଜୀବୀ
ବାଇଟ-୩-ସୁଧାଂଶୁ ରଂଜନ ନାଏକ, ନିର୍ବାହୀ ଯନ୍ତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.