ETV Bharat / state

ଜାଡ଼ରେ ଥରୁଛି ବୌଦ୍ଧ, ଜମୁଛି ବଣଭୋଜି - picnic in Boudh

ରାଜ୍ୟରେ ଶୀତ ଜାରି ରହିଛି । ଶୀତ ଋତୁର କୁହୁଡ଼ିଆ ପାଗରେ ପିକିନିକ ଋତୁ ଆରମ୍ଭ ହୋଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ବଣ ଭୋଜିର ମଜା ନେଉଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

picnic in boudh
ବୌଦ୍ଧରେ ବଣଭୋଜି
author img

By

Published : Dec 23, 2022, 4:07 PM IST

ଜାଡ଼ରେ ଥରୁଛି ବୌଦ୍ଧ

ବୌଦ୍ଧ: ଖସୁଛି ପାରଦ, ବଢୁଛି ଥଣ୍ଡା । ଜାଡ଼ରେ ଥରୁଛି ବୌଦ୍ଧ ଜିଲ୍ଲା । ଚାରିଆଡ଼େ ଆଚ୍ଛାଦିତ ହୋଇଛି କୁହୁଡ଼ି । ଶୀତ ଋତୁର କୁହୁଡ଼ିଆ ପାଗରେ ପିକିନିକ ଋତୁ ଆରମ୍ଭ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବୌଦ୍ଧ ଜିଲ୍ଲାରେ ବଣଭୋଜିର ମଜା ନେଉଛନ୍ତି ଲୋକେ । ଏଥିପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ଜିଲ୍ଲାର କୋଣ ଅନୁକୋଣରେ ଭରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ । ଶୀତ ଋତୁରେ ପିକନିକ ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ ଆନମନା ହୋଇଛି କବିପ୍ରାଣ । ଶୀତ ଋତୁର କୁହୁଡିଆ ପାଗରେ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ବର୍ତ୍ତମାନ ପିକନିକ ପାଇଁ ଭିଡ ଆରମ୍ଭ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ନୂଆ ଭାରିଆଣ୍ଟକୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଆସିପାରେ ନୂଆ ଗାଇଡଲାଇନ

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରକୃତିରାଣୀ ତାର ଅପରୂପ ସୌନ୍ଦର୍ଯ୍ୟ ବିଛାଇ ଦେଇଛି । ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପାଞ୍ଚଳଠାରୁ ନେଇ କୁମ୍ଭୀଦରହ, ଶୀତଳପାଣି, ନନ୍ଦନବନ, ତାମ୍ବିଦରହ, ଡମ୍ବରୁଗଡ, ନାଏକପଡ଼ା ଗୁମ୍ଫା, ବାଘ ବ୍ୟାରେଜ ଖଣ୍ଡିକନପା, ଲତାଝରଣ ଭଳି ଜଳ ସ୍ରୋତର ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନଗୁଡ଼ିକରେ ବଣଭୋଜି ପାଇଁ ପ୍ରକୃଷ୍ଟ ସମୟ ଆସିଛି । ଜିଲ୍ଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ ଏଠାକାର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା, ଖୋଲିବ ଆଉ 55 ଟ୍ରମା କେୟାର ସେଣ୍ଟର

ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରୁଛି । ତେବେ ଗତ ଦୁଇ ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସହିତ କେତେକ ଉପାନ୍ତ ଅଞ୍ଚଳରେ କୁହୁଡି ସହିତ କରକା ପରିବେଶକୁ ଅଧିକ ଆକର୍ଷଣୀୟ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.