ETV Bharat / state

ବୌଦ୍ଧରେ କୋରୋନା ଭୟ , ରେଡଜୋନରୁ ଆସୁଛନ୍ତି ଅଧିକାରୀଙ୍କ ସମ୍ପର୍କୀୟ ! - Local COVID19 case reports in Boudh District

ବୌଦ୍ଧ ଜିଲ୍ଲାରେ ବଢିଛି କୋରୋନା ସଂକ୍ରମଣ ଭୟ । ପୂର୍ବରୁ ବହୁ ମାମଲା କ୍ବାରେଣ୍ଚାଇନ ସେଣ୍ଟରରୁ ଚିହ୍ନଟ ହେଉଥିବା ବେଳେ ଏବେ ସ୍ଥାନୀୟ ମାମଲା ପ୍ରଶାସନର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ..

ବୌଦ୍ଧରେ କୋରୋନା ଭୟ ,
ବୌଦ୍ଧରେ କୋରୋନା ଭୟ ,
author img

By

Published : Jul 13, 2020, 8:01 PM IST

ବୌଦ୍ଧ: କାୟା ବିସ୍ତାର କରୁଛି କୋରୋନା । ବୌଦ୍ଧ ଜିଲ୍ଲାରେ ବ୍ୟାପିଛି ମହାମାରୀ ଭୟ । ପୂର୍ବରୁ ସବୁ କୋରୋନା ଆକ୍ରାନ୍ତ ମାମାଲା କ୍ବାରେଣ୍ଚାଇନ ସେଣ୍ଟରରୁ ଚିହ୍ନଟ ହେଉଥିବା ବେଳେ ଝାଡରାଜିଙ୍ଗ ଲୋକାଲ କେସ ଏବେ ଚିନ୍ତା ବଢାଇଛି । ସେପଟେ ଜିଲ୍ଲାର କିଛି ଅଧିକାରୀ ନିଜ ସମ୍ପର୍କୀୟ ଙ୍କୁ ରେଡଜୋନ ଅଞ୍ଚଳରୁ ଆଣି ରଖିଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ କୋରୋନା ଭୟ

ବୌଦ୍ଧ ଜିଲ୍ଲାର ବିଭିନ୍ନ କ୍ବାରେନଟାଇନ ସେଣ୍ଟରରୁ ୫୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାରିଛକ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଠାରେ ଏହା ଚିହ୍ନଟ ହୋଇଛି । ଏହା ପରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଝାଡରାଜିଙ୍ଗ ଓ ଠିଡିକାଯୋର କୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକ୍ଟ ଟେସିଙ୍ଗ କରାଯାଇ ୭୨ ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି । ସେପଟେ କିଛି ଜିଲ୍ଲା ଅଧିକାରୀ ବୌଦ୍ଧ ଜିଲ୍ଲା ସୁରକ୍ଷିତ ଥିବା ହେତୁ ନିଜ ପରିବାର ଆଣି ପ୍ରଶାସନକୁ ବିନା ଜଣାଇ ରଖିଥିବା ଅଭିଯୋଗ ହୋଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.