ବୌଦ୍ଧ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ସମେତ ଜିଲ୍ଲାବାସୀ ବିଜୁ ବାବୁଙ୍କର ସ୍ମୃତି ଚାରଣ କରିଛନ୍ତି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସମେତ ବିଭିନ୍ନ ନେତୃବୃନ୍ଦ ମହାନ ଜନନାୟକଙ୍କୁ ସ୍ମରଣ କରିଥିଲେ ।
ପଶ୍ଚିମ ଓଡିଶାର ମୁଖଶାଳା ଭାବରେ ପରିଚିତ ବୌଦ୍ଧ ଅଞ୍ଚଳକୁ ସେହି ପ୍ରବାଦ ପୁରୁଷ ଏକ ସ୍ବତନ୍ତ୍ର ଜିଲ୍ଲା ଭାବରେ ମାନ୍ୟତା ପ୍ରଦାନ ସହିତ ବୌଦ୍ଧ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ବୌଦ୍ଧ ଠାରୁ ହିଁ ବିଜୁ ବାବୁ ପଶ୍ଚିମ ଓଡିଶାର ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ତେବେ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଘନିଷ୍ଠତା ରହିଥିବା ବୌଦ୍ଧର ପୂର୍ବତନ ବିଧାୟକ ତଥା ଓଡିଶା ବିଧାନସଭାର ତତ୍କାଳୀନ ବିରୋଧୀ ଦଳ ନେତା ସେହି ମହାନ ଜନନାୟକଙ୍କ ସମ୍ପର୍କରେ ଇଟିଭି ଭାରତକୁ ସୂଚନା ପ୍ରଦାନ ସହିତ ତାଙ୍କ ସ୍ମୃତି ଚାରଣ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ