ETV Bharat / state

ଅନ୍ଧାରରେ କ୍ରୀଡାବିତଙ୍କ ଭବିଷ୍ୟତ; 13 ବର୍ଷରେ ବି ଅସଂପୂର୍ଣ୍ଣ ବୌଦ୍ଧ ଷ୍ଟାଡିୟମ - ଭିତ୍ତିଭୂମି

କ୍ରୀଡାବିତଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରିଥିଲେ ସରକାର । ହେଲେ ବୌଦ୍ଧ ଷ୍ଟାଡିୟମ ସରିବ କେବେ ?

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 8, 2019, 10:55 PM IST

ବୌଦ୍ଧ: ରାଜ୍ୟର କୌଣସି ପ୍ରତିଭାପୂର୍ଣ୍ଣ ଖେଳାଳି ଯେମିତି କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ଆଧୁନିକ ଷ୍ଟାଡିୟମର ନିର୍ମାଣ ପାଇଁ ଗତ ଦୁଇ ବର୍ଷ ତଳେ ଘୋଷଣା କରିଥିଲେ । ଏହାସହ ଯଥା-ସମ୍ଭବ ନିର୍ମାଣ ଷ୍ଟାଡିୟମରେ ସବୁ ଭିତ୍ତିଭୂମି ଯୋଗାଇବାକୁ ନିଷ୍ପତି ନେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ହେଲେ ଗତ 13 ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇଥିବା ବୌଦ୍ଧ ଜିଲ୍ଲାସ୍ତରୀୟ ଷ୍ଟାଡିୟମର ଅବସ୍ଥା ଦେଖିଲେ ମନେ ହେବ ସରକାରଙ୍କ ଷ୍ଟାଡିୟମ ନିର୍ମାଣର ଘୋଷଣାରେ କେତେ ଦମ ଅଛି। କାରଣ ଏହି ଷ୍ଟାଡିୟମର ଅବସ୍ଥା ଏବେ ପୂରା ଶୋଚନୀୟ ହୋଇପଡିଛି । ଜିଲ୍ଲାର ପୁରୁଣା କଚେରୀ ଛକ ନିକଟରେ ଥିବା ଷ୍ଟାଡିୟମ ନିର୍ମାଣ 13 ବର୍ଷ ହେଲା ଚାଲିଛି ଯେ ସରିବାର ନା ଧରୁନି । କି କେବେ ସରିବ ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଗୋଟିଏ ପାର୍ଶ୍ବ ନିର୍ମାଣ ଶେଷ ହେଲା ବେଳକୁ ଅନ୍ୟପାର୍ଶ୍ବରେ ଭାଙ୍ଗି ଯାଉଛି । ଫଳରେ କେବଳ ଏଠି ଠିକାଦାର ପୌଷମାସ ଚାଲିଥିବା ବେଳେ ଖେଳାଳି ଯେମିତି ଥିଲେ ସେମିତି ଅଛନ୍ତି ।

ଷ୍ଟାଡିୟମରେ କେଉଁଠି ପାଣି ଜମି ରହିଥିବା ବେଳେ କେଉଁଠି କୁଢକୁଢ ଅଳିଆ ଆବର୍ଜନା ଗଦା ହୋଇଛି । କୌଣସି ସୁରକ୍ଷାକର୍ମୀ ମଧ୍ୟ ନାହାନ୍ତି । ଫଳରେ ଅସାମାଜିକ ଲୋକଙ୍କ ଏହା ଏକ ସୁରକ୍ଷିତ ଜାଗାରେ ପରିଣତ ହୋଇଛି। ଏଠି ପ୍ରଶ୍ନ ଉଠୁଛି ଯଦି ଗୋଟିଏ ଷ୍ଟାଡିୟମ ନିର୍ମାଣ ପାଇଁ ବର୍ଷବର୍ଷ ଲାଗିବ କ୍ରୀଡାବିତ ନିର୍ମାଣ ପାଇଁ କେତେ ବର୍ଷ ଲାଗିବ ? ତୁରନ୍ତ ଷ୍ଟାଡିୟମର ନିର୍ମାଣ ଶେଷ କରିବା ସହ ବ୍ୟବହାର ଉପଯୁକ୍ତ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଷ୍ଟାଡିୟମ ନିର୍ମାଣ ସମ୍ପୂର୍ଣ୍ଣ ହେବାର ନା ଧରୁନି ।ଗୋଟିଏ ପଟରେ ନିର୍ମାଣ ସରିନଥିବା ବେଳେ ପୂର୍ବରୁ ନିର୍ମିତ ଷ୍ଟାଡିୟମର ଅନେକ ଅଂଶ ଭାଙ୍ଗି ବାକୁ ବସିଲାଣି ।ଦୀର୍ଘ ତେର ବର୍ଷ ହେଲା ଏହି ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେଉ ନଥିବାରୁ କ୍ରୀଡାବିତ ଓ ଅଞ୍ଚଳବାସୀ ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ବୌଦ୍ଧ ଜିଲ୍ଲାର ପୁରୁଣା କଚେରୀ ଛକ ନିକଟରେ ଥିବା ଷ୍ଟାଡିୟମ ଗତ ତେର ବର୍ଷ ହେଲା ନିର୍ମାଣ ଚାଲିଛି ଯେ ସରିବାର ନା ନେଉନି ।ବୋଧହୁଏ କୌଣସି ସରକାରୀ କାର୍ଯ୍ୟ ଏତେ ସମୟ ଧରି ନିର୍ମାଣ ରେ କୌଣସି ରେକର୍ଡ ସୃଷ୍ଟି ଉଦ୍ଦେଶ୍ୟରେ ଏହାର ସମାପ୍ତି ହେଉନାହିଁ ।ଷ୍ଟାଡିୟମରେ ଖେଳିବା ତ ଦୂରର କଥା, ଭିତରକୁ ପ୍ରବେଶ ମାତ୍ରେ ଏହା କୌଣସି ଆବଜନା କୁଣ୍ଡ ଭଳି ମନେ ହେବ ।ଏହାର ନିର୍ମାଣ ଓ ଉନ୍ନତି କରଣ ନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଏହା କେବଳ କିଛି ଅଧିକାରୀ ଓ ଠିକାଦାର ଙ୍କୁ ପୋଷିବା ଛଡା ଆଉ କିଛି ନୁହେଁ ।ଗୋଟିଏ ପଟରୁ ତିଆରି ହୋଇ ହୋଇ ଚାଲୁଥିବା ବେଳେ ଅନ୍ୟ ପଟରୁ ଭାଙ୍ଗି ଭାଙ୍ଗି ଯାଉଥିବା ଅଭିଯୋଗ ହୋଇଛି ।ଖେଳ ଓ ଖେଳାଳିଙ୍କ ନିମନ୍ତେ ସରକାର ଚିନ୍ତା କରିଥିବା ଷ୍ଟାଡିୟମର ପରିକଳ୍ପନା ଏବେ କେବଳ ସ୍ବପ୍ନରେ ସିମୀତ ରହିଛି ।ତୁରନ୍ତ ଏହି ଏକମାତ୍ର ଷ୍ଟାଡିୟମର କାର୍ଯ୍ୟ ସମାପ୍ତି ଓ ଉନ୍ନତି କରଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ବୌଦ୍ଧ ଜିଲ୍ଲାର ଏକ ମାତ୍ର ଷ୍ଟାଡିୟମ ନିର୍ମାଣ ସରିବ କେବେ?

Conclusion:ବାଇଟ-୧-ଦୁର୍ଯ୍ୟୋଧନ ବିଶି,ବୁଦ୍ଧିଜୀବୀ
ବାଇଟ-୨-ଶିବନାରାୟଣ ଦାସ,ପୂର୍ବତନ ଜାତୀୟ ଖେଳାଳୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.