ETV Bharat / state

ଜମି ମାଫିଆଙ୍କ ଟାର୍ଗେଟରେ ଯବାନଙ୍କ ଜମି

author img

By

Published : Aug 23, 2019, 6:44 AM IST

Updated : Aug 23, 2019, 10:18 AM IST

ବୌଦ୍ଧ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ଜମି ମାଫିଆ। ଏମାନେ ସୈନିକଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଜମି ଲୁଟ ଘଟଣା ସାମ୍ନାକୁ ଆସିଛି।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ଜମି ଉପରେ ମାଫିଆଙ୍କ ନଜର। ବୌଦ୍ଧ ଜିଲ୍ଲାରେ ଜମି ମାଫିଆମାନେ ଏତେ ମାତ୍ରାରେ ସକ୍ରିୟ ହୋଇଛନ୍ତି ସୈନିକଙ୍କ ପାଇଁ ଉଦ୍ଦିଷ୍ଟ ଜମିକୁ ମଧ୍ୟ ହଡପ କରିଛନ୍ତି । ପୂର୍ବରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ଜମି ଦୁର୍ନୀତି ଚଳିତ ଶତାବ୍ଦୀର ସର୍ବବୃହତ ଦୁର୍ନୀତି ହୋଇଥିଲା । ହେଲେ ବର୍ତ୍ତମାନ ସମୟରେ ସୈନିକଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଜମି ଲୁଟ ଘଟଣା ସାମ୍ନାକୁ ଆସିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ ଜିଲ୍ଲାର ଜମି ଦୁର୍ନୀତିର ଚେର ଏତେ ଶକ୍ତିଶାଳୀ ଯେ ଗତ ଦୁଇ ବର୍ଷ ତଳେ ଜିଲ୍ଲା ପ୍ରଶାସନ ସରକାରୀ ଖାତାକୁ ମାଫିଆଙ୍କ କବଳରୁ ଜମି ଫେରାଇବା ମିଶନ କୌଣସି ଅଦୃଶ୍ୟ ଚାପରୁ ଫେଲ ମାରିଲା। ତତ୍କାଳୀନ ଜିଲ୍ଲାପାଳ ଓ ତହସିଲଦାର କୋଟି କୋଟି ଟଙ୍କାର ଜମିକୁ କେଉଁ ନିୟମ ଓ ଆଧାର ବଳରେ ମାଫିଆ ମାନଙ୍କୁ ପ୍ରଦାନ କଲେ, ତାର ତଦନ୍ତ ଅନ୍ଧାରରେ ରହିଥିବା ବେଳେ ଏବେ ପୁଣି ଜମି ମାଫିଆ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ।

ଖବର ଅନୁଯାୟୀ, ଏଭଳି ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ତହସିଲ ଅନ୍ତର୍ଗତ ଗୁନ୍ଦଳିଆ ମୌଜାର ଝାରମୁଣ୍ଡା ଗାଁ ରୁ । ଏଠାରେ ସୈନିକଙ୍କ ପାଇଁ ଉଦ୍ଦିଷ୍ଟ ଏକର ଏକର ସରକାରୀ ଜମିକୁ ବେଆଇନ ଭାବେ ଦଖଲ ତଥା ଆନ୍ଧ୍ର କପାଚାଷୀଙ୍କୁ ଲିଜ ଆକାରରେ ଦେଇ ମୋଟା ଅଙ୍କର ଅର୍ଥରାଶି ଆଦାୟ ହେଉଥିବା ଅଭିଯୋଗ ହୋଇଛି ।

ଆହୁରି ମଧ୍ୟ କପାଚାଷ ନାରେ କେତେକ ଅସାଧୁ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପଟେ ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଖୁବ ଶୀଘ୍ର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

ddd

Conclusion:
Last Updated : Aug 23, 2019, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.