ETV Bharat / state

ମହାବନ୍ଧ ନାଁରେ ମହାଦୁର୍ନୀତି, 7 ଲକ୍ଷ ଖର୍ଚ୍ଚ ପୋଖରୀରେ ନାହିଁ 7 ଲିଟର ପାଣି - ବୌଦ୍ଧରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି

ପୋଖରୀ ନାଁରେ ସାତ ଲକ୍ଷ ଟଙ୍କା ଠକି ଦେଇଥିବା ଅଭିଯୋଗ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଲିକପଡ଼ା ପଞ୍ଚାୟତରେ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଧିକ ପଢ଼ନ୍ତୁ

lakhs of money Corruption in govt project in boudh
ପୋଖରୀ ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି
author img

By

Published : Jan 18, 2022, 11:07 AM IST

ବୌଦ୍ଧ: ପୋଖରୀ ନାଁରେ ସାତ ଲକ୍ଷ ଟଙ୍କା ଠକି ଦେଇଥିବା ଅଭିଯୋଗ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଲିକପଡ଼ା ପଞ୍ଚାୟତରେ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପାନ୍ତ ଅଞ୍ଚଳରେ ଠିକାଦାର ଓ ଯନ୍ତ୍ରୀଙ୍କ ଦ୍ବାରା ସରକାରୀ ଯୋଜନାରେ ଦୁର୍ନୀତି ହୋଇଥିବା ଗ୍ରାମବାସୀ କହିଛନ୍ତି।

ପୋଖରୀ ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି

ବୌଦ୍ଧ ଜିଲ୍ଲା ଉପାନ୍ତ ଅଞ୍ଚଳ ମହାଲିକପଡ଼ା ପଞ୍ଚାୟତ ଗେରେଡିସାହି ଗାଁ ପୋଖରୀରେ ଦୁର୍ନୀତି ଅଭିଯୋଗ। ପୋଖରୀ ନାଁରେ ସରକାରୀ ପାଣ୍ଠିରୁ 7ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ହେଲେ ଏହି ପୋଖରୀରେ 7 ଲିଟର ମଧ୍ୟ ପାଣି ନାହିଁ। ଏହି ଟଙ୍କା ଠିକାଦାର ଓ ଯନ୍ତ୍ରୀ ଚଳୁ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବଂ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ସେହିପରି ବୌଦ୍ଧ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପରେ ମଧ୍ୟ ଦୁର୍ନୀତି ହେଉଥିବା ଗ୍ରାମବାସୀ କହିଛନ୍ତି। ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏନ ଆର ଇଜିଏସ ମାଧ୍ୟମରେ କ୍ଷେତ ପୋଖରୀ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.